ବାରିପଦା:ସରକାରୀ ସହକାରୀ ଯନ୍ତ୍ରୀଙ୍କ ଘରେ (ITDA Assistant Engineer in Vigilance net)ଭିଜିଲାନ୍ସ ରେଡ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବାରିପଦା ସ୍ଥିତ ITDA କାର୍ଯ୍ୟାଳୟର ସହକାରୀ ଯନ୍ତ୍ରୀ ସନ୍ତୋଷ ଦାସଙ୍କ ଘରେ ଭିଜିଲାନ୍ସ ଟିମ୍ ଚଢାଉ କରିଛି । ଏକା ସାଙ୍ଗରେ ଭୁବନେଶ୍ୱର,ବାଲେଶ୍ବର ଓ ମୟୂରଭଞ୍ଜ ରେ ୧୧ଟି ସ୍ଥାନରେ ରେଡ କରିଛି ଭିଜିଲାନ୍ସ । ରେଡରେ ୧୧ ଡିଏସପିଙ୍କ ସମେତ ୪ ଇନସ୍ପେକ୍ଟର ଓ ୩୦ ଭିଜିଲାନ୍ସ କର୍ମଚାରୀ ସାମିଲ ଅଛନ୍ତି ।
ବାରିପଦା ସ୍ଥିତ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟ ଭଞ୍ଜପୁର ସ୍ଥିତ ବାସସ୍ଥାନ, ବାଲେଶ୍ଵର ଜିଲ୍ଲା ଭୋଗରାଇ ସ୍ଥିତ ପୈତୃକ ଘର ଓ ଭୁବନେଶ୍ବରରେ ମଧ୍ୟ ଚଢାଉ କରିଛି ଭିଜିଲାନ୍ସ । ତେବେ ବାଲେଶ୍ଵରର ଚାରୋଟି ସ୍ଥାନରେ ଚଢ଼ାଉ କରାଯାଇଥିବା ବେଳେ ତାଙ୍କର ଶ୍ୱଶୁର ଘର, ଜ୍ବାଇଁଙ୍କ ଘର ଆଦିରେ ଚଢ଼ାଉ କରାଯାଇ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ଜବତ କରିଥିବା ସୂଚନା ମିଳିଛି ।