ଓଡିଶା

odisha

ETV Bharat / state

ବାଦାମପାହାଡ଼ ଲୌହଖଣିରେ ଶ୍ରମିକ ଅଶାନ୍ତି

ମୟୂରଭଞ୍ଜ ଜିଲ୍ଲାରେ ଦୀର୍ଘ 20ବର୍ଷ ହେବ ୱାଗନ ଲୋଡିଂ ଶ୍ରମିକମାନଙ୍କ କାମ ଛଡାଇ ନେବାରୁ ଶ୍ରମିକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାକୁ ବିରୋଧ କରି ଶ୍ରମିକମାନେ ବିକ୍ଷୋଭ ପ୍ରର୍ଦଶନ କରିଛନ୍ତି । ଅଧିକ ପଢନ୍ତୁ...

ବାଦାମପାହାଡ଼ ଲୌହଖଣିରେ ଶ୍ରମିକ ଅଶାନ୍ତି
ବାଦାମପାହାଡ଼ ଲୌହଖଣିରେ ଶ୍ରମିକ ଅଶାନ୍ତି

By

Published : Dec 17, 2020, 7:12 AM IST

ରାଇରଙ୍ଗପୁର: ଜିଲ୍ଲାର ବାଦାମପାହାଡ ଲୌହଖଣିରେ ଶ୍ରମିକ ଅଶାନ୍ତି । ମେସିନ ଦ୍ବାରା ଲୁହାପଥର ଲୋଡିଂ ହୋଇଥିବାରୁ ଶତାଧିକ ଶ୍ରମିକ କାମଧନ୍ଦା ଅଭାବରୁ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଖଣି ଲିଜଧାରୀଙ୍କ ଏପରି ମନମୁଖୀ କାମ ଶ୍ରମିକମାନଙ୍କ ଭାତହାଣ୍ଡି ଉପରେ ପ୍ରଭାବ ପକାଇଛି । ଏହାକୁ ବିରୋଧ କରି ଶ୍ରମିକ ସଙ୍ଗଠନ ପକ୍ଷରୁ ବୁଧବାର ଧାରଣା ପ୍ରଦର୍ଶନ ହୋଇଛି ।

ବାଦାମପାହାଡ଼ ଲୌହଖଣିରେ ଶ୍ରମିକ ଅଶାନ୍ତି

ସୂଚନାଅନୁସାରେ,ବାଦାମପାହାଡ ଲୌହଖଣିରେ ଶତାଧିକ ଶ୍ରମିକ ପ୍ରାୟ କୋଡିଏ ବର୍ଷ ଧରି ୱାଗନ୍ ଲୋଡିଂ ଶ୍ରମିକ ଭାବେ କାର୍ଯ୍ୟ କରି ଆସୁଥିଲେ। କିନ୍ତୁ ଲୌହଖଣି ଲିଜଧାରୀ ଘନଶ୍ୟାମ ମିଶ୍ରା ଆଇରନ ଏଣ୍ଡ ଷ୍ଟିଲ କମ୍ପାନୀ ଲିମିଟେଡ ଗତ ନଭେମ୍ବର ମାସ ୨୭ ତାରିଖ ଠାରୁ ଶତାଧିକ ୱାଗନ୍ ଲୋଡିଂ ଶ୍ରମିକ ମାନଙ୍କୁ ଲୋଡିଂ କାର୍ଯ୍ୟ କରିବାକୁ ବନ୍ଦ କରି ଦେଇଥିଲେ। ତା ସହିତ ପୋଲିସ ଫୋର୍ସ ମୁତୟନ କରାଯାଇ ମେସିନ ଦ୍ବାରା ଲୋଡିଂ କାର୍ଯ୍ୟ କରାଯାଉଥିଲା। ଯାହା ଫଳରେ ଶତାଧିକ ଶ୍ରମିକ ମାନେ ତାଙ୍କର ଜୀବିକା ହରାଇଛନ୍ତି । କାମଧନ୍ଦା ନ ପାଇବାରୁ ଶ୍ରମିକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।

ଏନେଇ ଶତାଧିକ ଶ୍ରମିକ ଲୌହ ଖଣିରେ କାର୍ଯ୍ୟ କରୁଥିବା ୱାଗନ ଲୋଡିଂ ଶ୍ରମିକମାନଙ୍କୁ ପୁନଃ ନିଯୁକ୍ତି କରିବା ଓ ପୁନଃ ନିଯୁକ୍ତି ନ କରିବା ପର୍ଯ୍ୟନ୍ତ ଖଣିର ସମସ୍ତ କାର୍ଯ୍ୟକୁ ବନ୍ଦ ରଖିବାକୁ ଚେତାବନୀ ଦେଇ ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏ ନେଇ ପୂର୍ବରୁ ବାଦାମପାହାଡ଼ ବିଡ଼ିଓଙ୍କ ଜରିଆରେ ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ହେଲେ କିଛି ସୁଫଳ ମିଳିନଥିବା ଯୋଗୁଁ ଶ୍ରମିକ ମାନଙ୍କ ଅଶାନ୍ତି ବଢ଼ିବାରେ ଲାଗିଛି । ଆଗାମୀ ଦିନରେ ଯଦି ଶ୍ରମିକଙ୍କ ଦାବି ପୂରଣ ନହୁଏ ତେବେ ଜନଆନ୍ଦୋଳନ ସହିତ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଶ୍ରମିକ ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ABOUT THE AUTHOR

...view details