ଓଡିଶା

odisha

ଆରଟିଓ ଅଫିସରେ ଚଢାଉ, 3 ଦଲାଲ ଅଟକ

By

Published : Sep 26, 2019, 7:30 PM IST

ନୂତନ ମଟର ଯାନ ଆଇନ ଲାଗୁ ପରେ ଆରଟିଓ ଅଫିସରେ ଲୋକମାନଙ୍କର ଭିଡ ଦେଖିବାକୁ ମିଳୁଛି । ଏହି ସୁଯୋଗର ଲାଭ ଉଠେଇବା ପାଇଁ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆରଟିଓ)ରେ ଦଲାଲଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇବାରେ ଲାଗିଛି । ତେବେ ଆଜି ରାଇରଙ୍ଗପୁର କାର୍ଯ୍ୟାଳୟ ପରିସରରୁ ଟାଉନ ପୋଲିସ 3ଜଣଙ୍କୁ ଦଲାଲ ସନ୍ଦେହରେ ଧରି ପଚରାଉଚରା ଜାରି ରଖିଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆରଟିଓ)ରେ ଦିନକୁ ଦିନ ଦଲାଲଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇବାରେ ଲାଗିଛି । ତେବେ ଆଜି ଖବରପାଇ ରାଇରଙ୍ଗପୁର ମଡେଲ ଟାଉନ ପୋଲିସ ପକ୍ଷରୁ ଚଢାଉ କରାଯାଇଥିଲା ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର

କାର୍ଯ୍ୟାଳୟ ପରିସରରେ ଚଢାଉ କରି ଟାଉନ ପୋଲିସ 3ଜଣଙ୍କୁ ଦଲାଲ ସନ୍ଦେହରେ ଧରିଥିବା ଜଣାପଡିଛି । ସେମାନଙ୍କୁ ରାଇରଙ୍ଗପୁର ଟାଉନ ଥାନାକୁ ଆଣାଯାଇ ପଚରାଉଚରା ଜାରି ରହିଛି । ଏହାପରେ ଆରିଟିଓ ଅଫିସ୍‌ରେ ବ୍ୟବସାୟ କରୁଥିବା ଦଲାଲଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ABOUT THE AUTHOR

...view details