ଓଡିଶା

odisha

ETV Bharat / state

ବେଆଇନ ଲୁହାପଥର ଡ଼ମ୍ଫର ଜବତ, ଡ୍ରାଇଭର ଗିରଫ - mayurbhanja district news

ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଣୀ ଥାନା ପୋଲିସ ବେଆଇନ ଲୁହା ପଥର ଡମ୍ଫର ଜବତ କରିଛି । ଜଣେ ଗିରଫ । ଅଧିକ ପଢନ୍ତୁ...

ବେଆଇନ ଲୁହାପଥର ଡ଼ମ୍ଫର ଜବତ, ଡ୍ରାଇଭର ଗିରଫ
ବେଆଇନ ଲୁହାପଥର ଡ଼ମ୍ଫର ଜବବେଆଇନ ଲୁହାପଥର ଡ଼ମ୍ଫର ଜବତ, ଡ୍ରାଇଭର ଗିରଫବେଆଇନ ଲୁହାପଥର ଡ଼ମ୍ଫର ଜବତ, ଡ୍ରାଇଭର ଗିରଫତ, ଡ୍ରାଇଭର ଗିରଫ

By

Published : Apr 11, 2021, 8:32 PM IST

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲାରେ ପୁଣି ସକ୍ରିୟ ହୋଇଛନ୍ତି ଲୁହପଥର ମାଫିଆ । ବେଆଇନ ଭାବେ ଲୁହାପଥର ଚାଲାଣ କରୁଥିବାବେଳେ ଚାଳକକୁ ଗିରଫ କରିବା ସହିତ ଏକ ଡ଼ମ୍ଫରକୁ ଜବତ କରିଛି ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଣୀ ଥାନା ପୋଲିସ ।

ବେଆଇନ ଲୁହାପଥର ଡ଼ମ୍ଫର ଜବତ, ଡ୍ରାଇଭର ଗିରଫ

ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଣୀ ଲୌହଖଣି ପାର୍ଶ୍ବରେ ଥିବା ଶୁଣ୍ଢଳ ଗ୍ରାମ ନିକଟରୁ ବେଆଇନ ଲୌହପଥର ଚାଲାଣ ହେଉଥିବା ଖବର ପାଇ ସ୍ଥାନୀୟ ପୋଲିସ ପକ୍ଷରୁ ଚଢ଼ାଉ କରାଯାଇଥିଲା। ତେବେ ଝାଡଖଣ୍ଡ ପଞ୍ଜିକୃତ ନମ୍ବର ଥିବା ଲୁହାପଥର ବୋଝେଇ ଡ଼ମ୍ପରକୁ ଜବତ କରିବା ସହିତ ଡ୍ରାଇଭରକୁ ଗିରଫ କରିଛି ପୋଲିସ। ଗିରଫ ଡ୍ରାଇଭର ଜଣକ ଝାଡ଼ଖଣ୍ଡର କାର୍ତ୍ତିକ ସର୍ଦ୍ଦାର ବୋଲି ପୋଲିସ ସୂଚନା ଦେଇଛି। ଦୀର୍ଘଦିନ ଧରି ଲୌହଖଣି ଆଖପାଖ ଅଞ୍ଚଳରୁ ଚୋରାରେ ଲୌହପଥର ଚାଲାଣ ହେଉଥିବାର ଅଭିଯୋଗ ହୋଇ ଆସୁଥିଲା । ସେପଟେ 5 ଟି ଗାଡିରେ ଲୁହପଥର ଚାଲାଣ ହୋଉଥିବା ସୂଚନା ମିଳିଥିବାବେଳେ ଗୋଟିଏ ଗାଡି ଧରିବାରେ ପୋଲିସ ସଫଳ ହୋଇଥିବାବେଳେ 4 ଟି ଗାଡି ସହିତ ମାଫିଆମାନେ କୌଶଳ କ୍ରମେ ଘଟଣାସ୍ଥଳରୁ ଖସି ପଳାଇବାରେ ସକ୍ଷମ ହୋଇଛନ୍ତି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା , ଇଟିଭି ଭାରତ

ABOUT THE AUTHOR

...view details