ଓଡିଶା

odisha

By

Published : Aug 26, 2022, 3:08 PM IST

ETV Bharat / state

ଭାଲୁ ଆକ୍ରମଣରେ ସ୍ୱାମୀ ଓ ସ୍ତ୍ରୀ ଗୁରୁତର

ମୟୂରଭଞ୍ଜ ଜିଲ୍ଲା କାଶୀବେଡା ଗାଁରେ ଭାଲୁ ଆକ୍ରମଣରେ ସ୍ବାମୀ ଓ ସ୍ତ୍ରୀ ଗୁରୁତର । ଅଧିକ ପଢନ୍ତୁ

ଭାଲୁ ଆକ୍ରମଣରେ ସ୍ୱାମୀ ଓ ସ୍ତ୍ରୀ ଗୁରୁତର, ମେଡିକାଲରେ ଭର୍ତ୍ତୀ
ଭାଲୁ ଆକ୍ରମଣରେ ସ୍ୱାମୀ ଓ ସ୍ତ୍ରୀ ଗୁରୁତର, ମେଡିକାଲରେ ଭର୍ତ୍ତୀ

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା କାଶୀବେଡା ଗାଁରେ ଭାଲୁ ଆକ୍ରମଣରେ ସ୍ବାମୀ ଓ ସ୍ତ୍ରୀ ଗୁରୁତର ହୋଇଛନ୍ତି । ଉଭୟଙ୍କୁ ଠାକୁରମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ସେଠାରେ ଅବସ୍ଥା ଗୁରୁତର ହେବାରୁ ଉଭୟଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରୁ ଘଷିପୁରା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ସେଠାରେ ଉଭୟଙ୍କ ଚିକିତ୍ସା ଜାରି ରହିଛି ।

ଏହାବି ପଢନ୍ତୁ:ଥମୁନି ହାତୀ ଆତଙ୍କ, 2 ଜଣଙ୍କୁ ଦଳି ଦେଲା ଦନ୍ତା

ସୂଚନା ଅନୁସାରେ, ମୟୂରଭଞ୍ଜ କାଶୀବେଡାର ହିନ୍ଦୁରାମ ଗୁନଦୁଆ ଓ ତାଙ୍କ ସ୍ତ୍ରୀ ଚୁଙ୍ଗା ଆଜି ସକାଳ ସମୟରେ ନିଜ ଧାନ ବିଲ ଆଡକୁ ଯାଉଥିଲେ । ଏହି ସମୟରେ ବିଲ ନିକଟ ଜଙ୍ଗଲରୁ ଏକ ଭାଲୁ ଆସି ସ୍ତ୍ରୀ ଚୁଙ୍ଗାକୁ ଆକ୍ରମଣ କରିଥିଲା । ସ୍ତ୍ରୀକୁ ଭାଲୁ କବଳରୁ ବଞ୍ଚାଇବା ପାଇଁ କରିବା ପାଇଁ ସ୍ବାମୀ ଉଦ୍ୟମ କରିବାରୁ ତାଙ୍କୁ ମଧ୍ୟ ଭାଲୁ ଆକ୍ରମଣ କରିଥିଲା ।

ଫଳରେ ସ୍ବାମୀ ସ୍ତ୍ରୀଙ୍କ ଚିତ୍କାର ଶୁଣି ଗାଁଲୋକେ ଧାଇଁ ଆସିଥିଲେ । ଲୋକଙ୍କ ପାଟିଶୁଣି ଭାଲୁ ସେଠାରୁ ପଳାଇ ଯାଇଥିଲା । ସ୍ବାମୀ ସ୍ତ୍ରୀଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ମେଡିକାଲ ପଠାଇଥିଲେ । ଭାଲୁ ଆକ୍ରମଣରେ ହିନ୍ଦୁରାମ ଓ ତାଙ୍କ ସ୍ତ୍ରୀଙ୍କ ଶରୀରରେ ଗଭୀର କ୍ଷତ ହୋଇଥିବା ଜଣାପଡିଛି ।

ଇଟିଭି ଭାରତ, ରାଇରଙ୍ଗପୁର

ABOUT THE AUTHOR

...view details