ଓଡିଶା

odisha

ETV Bharat / state

କନିଆଁ ବେଶରେ କୁକୁର: ଆସିଲେ ବରଯାତ୍ରୀ, ଧୂମଧାମରେ ସରିଲା ବାହାଘର

ରାଇରଙ୍ଗପୁର ସୁକୃଳି ବ୍ଲକ ଗମ୍ଭାରୀଆପାଳ ଗ୍ରାମ ଡାଡୁସାହିରେ ଦେଖିବାକୁ ମିଳିଛି ଏମିତି ଏକ ନିଆରା ବିବାହ । ଯେଉଁଠି ରିଷ୍ଟ ଖଣ୍ଡନ ପାଇଁ ଛୋଟପିଲାଙ୍କ ବିବାହ କୁକୁର ସହ କରାଯାଉଛି ।

ରିଷ୍ଟ ଖଣ୍ଡନ ପାଇଁ କୁକୁର ସହ ବାହାଘର
ରିଷ୍ଟ ଖଣ୍ଡନ ପାଇଁ କୁକୁର ସହ ବାହାଘର

By

Published : Jan 25, 2021, 5:45 PM IST

ରାଇରଙ୍ଗପୁର: ଏକ ନିଆରା ବିବାହ । ଯେଉଁଠି ବାଜା ବଜାଇ ବରଯାତ୍ରୀ ବି ଆସିଛନ୍ତି । ହେଲେ ଏଠି କନ୍ୟା ସାଜିଛି କୁକୁର । କଥାଟା ଆଖି-କାନକୁ ଅଡୁଆ ଲାଗୁଥିଲେ ବି ସତ । ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସୁକୃଳି ବ୍ଲକ ଗମ୍ଭାରୀଆପାଳ ଗ୍ରାମ ଡାଡୁସାହିରେ ଦେଖିବାକୁ ମିଳିଛି ଏମିତି ଏକ ନିଆରା ବିବାହ ।

ରିଷ୍ଟ ଖଣ୍ଡନ ପାଇଁ କୁକୁର ସହ ବାହାଘର

ଏ ବିବାହରେ ଛୋଟଛୋଟ ପିଲା ବର ବେଶରେ ନଜର ଆସୁଥିବାବେଳେ କୁକୁରକୁ କନିଆଁ ବେଶରେ ସଜାଯାଇ ରୀତିନୀତିରେ ବାହାଘର କରାଯାଏ । ଆଦିବାସୀମାନେ ମକର ପରେ ପରମ୍ପରା ଅନୁସାରେ, ମାଘ ପର୍ବ ପାଳନ କରିଥାନ୍ତି l

ହିନ୍ଦୁଧର୍ମରେ ନିଜର ଗ୍ରହ ଶାନ୍ତି ଓ ରିଷ୍ଟ ଖଣ୍ଡନ ପାଇଁ ଅନେକ ଉପାୟ ଆପଣାଇଥାନ୍ତି । ଆଦିବାସୀଙ୍କ କହିବା କଥା, ରିଷ୍ଟ ଖଣ୍ଡନ ପାଇଁ ଆମେ ପିଲାଙ୍କର ବାହାଘର କୁକୁର ସହିତ କରିଥାନ୍ତି ।

ଓଡ଼ିଆ ରୀତିନୀତିରେ ଯେପରି ନାଚଗୀତ ପ୍ରସେସନ କରି ବଡ ଧୂମଧାମରେ ବାହାଘର ହୁଏ, ଠିକ ସେହିପରି, ଏମାନେ ମଧ୍ୟ ତାଙ୍କ ପରମ୍ପରା ଅନୁଯାୟୀ ବାହାଘର କରିଥାନ୍ତି l ତେବେ ଆଦିବାସୀମାନେ ଏଭଳି ଅନ୍ଧବିଶ୍ବାସକୁ ମାନି ବଜାୟ ରଖିଛନ୍ତି ନିଜ ପରମ୍ପରା ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ABOUT THE AUTHOR

...view details