ଓଡିଶା

odisha

ETV Bharat / state

ଆଜିଠୁ ଖୋଲିଲା ବାରିପଦାର ହରିବଳଦେବଜୀଉଙ୍କ ମନ୍ଦିର

ଦୀର୍ଘ ୯ ମାସ ପରେ ଭକ୍ତଙ୍କ ପାଇଁ ଖୋଲିଛି ମୟୂରଭଞ୍ଜ ଜିଲ୍ଲାର ମଠ ଓ ମନ୍ଦିର । ଦୀର୍ଘ ଦିନ ପରେ ଭଗବାନଙ୍କୁ ଦର୍ଶନ କରି ବେଶ ଆନନ୍ଦିତ ଭକ୍ତ । ଅଧିକ ପଢନ୍ତୁ...

ଆଜିଠୁ ଖୋଲିଲା ଶ୍ରୀ ଶ୍ରୀ ହରିବଳଦେବଜୀଉଙ୍କ ମନ୍ଦିର
ଆଜିଠୁ ଖୋଲିଲା ଶ୍ରୀ ଶ୍ରୀ ହରିବଳଦେବଜୀଉଙ୍କ ମନ୍ଦିର

By

Published : Jan 5, 2021, 1:52 PM IST

ବାରିପଦା:ଦୀର୍ଘ ୯ ମାସ ପରେ ଭକ୍ତଙ୍କ ପାଇଁ ଖୋଲିଛି ମୟୂରଭଞ୍ଜ ଜିଲ୍ଲାର ମଠ ଓ ମନ୍ଦିର। ଦ୍ବିତୀୟ ଶ୍ରୀକ୍ଷେତ୍ର ରୂପେ ପରିଚିତ ବାରିପଦା ଶ୍ରୀ ଶ୍ରୀ ହରିବଳଦେବଜୀଉଙ୍କ ମନ୍ଦିର ଭକ୍ତଙ୍କ ପାଇଁ ଖୋଲିଛି । ଭଗବାନଙ୍କୁ ଦର୍ଶନ କରି ବେଶ ଆନନ୍ଦିତ ହୋଇଛନ୍ତି ଶ୍ରଦ୍ଧାଳୁ ।

ଆଜିଠୁ ଖୋଲିଲା ହରିବଳଦେବଜୀଉଙ୍କ ମନ୍ଦିର

କୋରୋନା ମହାମାରୀ ପାଇଁ ବନ୍ଦ ଥିଲା ଦ୍ବିତୀୟ ଶ୍ରୀକ୍ଷେତ୍ର ରୂପେ ପରିଚିତ ବାରିପଦା ଶ୍ରୀ ଶ୍ରୀ ହରିବଳଦେବଜୀଉଙ୍କ ମନ୍ଦିର । ଆଜି ଭକ୍ତଙ୍କ ପାଇଁ ମନ୍ଦିର ଖୋଲାଯାଇଛି । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଦୀର୍ଘ ୯ମାସ ପରେ ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନକୁ ଅପେକ୍ଷା କରିଥିବା ଶ୍ରଦ୍ଧାଳୁ ଆଜି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ଦର୍ଶନରେ ସମସ୍ତ କୋରୋନା ନିୟମର ପାଳନ କରାଯାଇଛି ।

ମନ୍ଦିରରେ ପ୍ରବେଶ ପାଇଁ ମୁହଁରେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା ସହ ସାନିଟାଇଜ ବାଧ୍ୟତାମୂଳକ କରାଯାଇଛି । ଦୀର୍ଘ ଦିନ ପରେ ଭକ୍ତଙ୍କ ପାଇଁ ମନ୍ଦିର ଖୋଲିବା ପରେ ଶ୍ରଦ୍ଧାଳୁ ମାନେ ଲମ୍ବା ଲାଇନରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଭିଡ଼ ଲଗାଇଛନ୍ତି । ଦ୍ବିତୀୟ ଶ୍ରୀକ୍ଷେତ୍ର ବାରିପଦା ଶ୍ରୀ ହରିବଳଦେବଜୀଉଙ୍କ ମନ୍ଦିର ସହ ଜିଲ୍ଲାରେ ଥିବା ୧୫୩ଟି ଧର୍ମାନୁଷ୍ଠାନ ଆଜିଠାରୁ ସର୍ବସାଧାରଣଙ୍କ ଦର୍ଶନ ପାଇଁ ଖୋଲାଯାଇଛି । ବଡ ଜଗନ୍ନାଥ ମନ୍ଦିରରେ ଆଜି(ମଙ୍ଗଳବାର) ସକାଳ ୬ଟାଠାରୁ ମହାପ୍ରଭୁମାନଙ୍କର ସର୍ବସାଧାରଣଙ୍କ ଦର୍ଶନ ବ୍ୟବସ୍ଥା ଆରମ୍ଭ ହୋଇଛି।

ମହାମାରୀ କୋରୋନା ପାଇଁ ଗତ ମାର୍ଚ୍ଚ ୨୦ ତାରିଖଠାରୁ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନଗୁଡ଼ିକରେ ଭକ୍ତମାନଙ୍କ ପ୍ରବେଶକୁ ନିଷେଧ କରାଯାଇଥିଲା । ଗତ ଜାନୁଆରୀ ୨୯ ତାରିଖ ଅପରାହ୍ନରେ ଜିଲ୍ଲାପ୍ରଶାସନ ପକ୍ଷରୁ ଅନୁଷ୍ଠିତ ଏକ ବୈଠକରେ ନିଷ୍ପତ୍ତି ଅନୁଯାୟୀ ଦୀର୍ଘ ନଅ ମାସ ପରେ ଆଜିଠାରୁ ଭକ୍ତଙ୍କ ପ୍ରବେଶ ପାଇଁ ଅନୁମତି ଦିଆଯାଇଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details