ଓଡିଶା

odisha

ETV Bharat / state

ଦ୍ବିତୀୟ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ନବଯୌବନ ଦର୍ଶନ ସମ୍ପନ୍ନ - ନବଯୌବନ

ଦ୍ବିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ଶ୍ରୀ ଶ୍ରୀ ହରିବଳଦେବ ଜୀଉଙ୍କ ଜଗନ୍ନାଥ ମନ୍ଦିରରେ ମଙ୍ଗଳବାର ଚତୁର୍ଦ୍ଧା ମୂର୍ତ୍ତୀ ଅଣସର ଘରୁ ବାହାରି ନବଯୌବନ ବେଶରେ ଦେଉଛନ୍ତି ଭକ୍ତଙ୍କୁ ଦର୍ଶନ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

By

Published : Jul 2, 2019, 9:48 PM IST

ବାରିପଦା: ଦ୍ବିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ଶ୍ରୀ ଶ୍ରୀ ହରିବଳଦେବ ଜୀଉଙ୍କ ଜଗନ୍ନାଥ ମନ୍ଦିରରେ ମଙ୍ଗଳବାର ଚତୁର୍ଦ୍ଧା ମୂର୍ତ୍ତୀ ଅଣସର ଘରୁ ବାହାରି ନବଯୌବନ ବେଶରେ ଦେଉଛନ୍ତି ଭକ୍ତଙ୍କୁ ଦର୍ଶନ । ଦେବସ୍ନାନ ପୂର୍ଣ୍ଣିମାରେ 108 ଗରା ପାଣିରେ ସ୍ନାନ ପରେ ପ୍ରଭୁ ଜଗନ୍ନାଥ, ପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରା ଅସୁସ୍ଥ ହୋଇ ଅଣସର ଘରେ ଥିଲେ । ତେବେ ମଙ୍ଗଳବାର ଶ୍ରୀଜୀଉମାନେ ସୁସ୍ଥ ହୋଇ ଭକ୍ତଙ୍କୁ ନବଯୌବନ ବେଶରେ ଦର୍ଶନ ଦେଇଛନ୍ତି ।

ଦୀର୍ଘ ଦିନ ଧରି ଅସୁସ୍ଥତା କାରଣରୁ ଅଣସର ଘରେ ଥିବା ଯୋଗୁଁ ଭଗବାନଙ୍କ ଦର୍ଶନ ପାଇଁ ବ୍ୟାକୁଳ ହୋଇ ଉଠିଥିଲା ଭକ୍ତର ମନ । ତେଣୁ ନେତ୍ରୋତ୍ସବ ପରେ ଶ୍ରୀଜୀଉଙ୍କ ନବଯୌବନ ବେଶ ଦର୍ଶନ କରି ଆନନ୍ଦ ଉଲ୍ଲସିତ ହୋଇପଡିଛନ୍ତି ଭକ୍ତ । ବର୍ଷା ପାଗ ସତ୍ତ୍ବେ ପ୍ରଭୁଙ୍କ ଏହି ବେଶ ଦେଖିବା ପାଇଁ ଶ୍ରୀ ଶ୍ରୀ ହରିବଳଦେବ ଜୀଉଙ୍କ ମନ୍ଦିର ପରିସରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଜମିଥିବା ଦେଖିବାକୁ ମିଳିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ତେବେ ପରମ୍ପରା ଅନୁଯାୟୀ ଏବର୍ଷ ଗୋଟିଏ ଦିନ ପୂର୍ବରୁ ଶ୍ରୀଜୀଉମାନେ ନବଯୌବନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବା ସହ ବୁଧବାର ମଧ୍ୟ ଦର୍ଶନ ଜାରି ରହିବ । ଏଥିସହ ବାରିପଦା ଶ୍ରୀ ହରିବଳଦେଵ ଜୀଉ ଜଗନ୍ନାଥ ମନ୍ଦିରର ପରମ୍ପରା ଅନୁଯାୟୀ ଆସନ୍ତା 4 ତାରିଖରେ ଶ୍ରୀଜୀଉମାନଙ୍କର ପହଣ୍ଡି ବିଜେ ପରେ ରଥାରୂଢ ହେବାର ବିଧି ରହିଛି । ଏହାପରେ 5 ଓ 6 ତାରିଖ ଦୁଇ ଦିନ ଧରି ରଥଯାତ୍ରା ଅନୁଷ୍ଠିତ ହେବ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details