ଓଡିଶା

odisha

ETV Bharat / state

କାଳବୈଶାଖୀ ତାଣ୍ଡବରେ ଉଜୁଡିଲା ଏକର ଏକର ଫସଲ, ଭାଙ୍ଗିଲା ଘର

ପ୍ରବଳ ବର୍ଷା ଓ କୁଆପଥର ମାଡରେ ଏକର ଏକର ଫସଲ ନଷ୍ଟ ସହ ମୟୂରଭଞ୍ଜ ବାମନଘାଟି ଉପଖଣ୍ଡର ବହୁ ଘର ଭାଙ୍ଗିଯାଇଛି । ଅଧିକ ପଢନ୍ତୁ...

Havy rain destroy homes and farms in rairangpur
କାଳବୈଶାଖୀ ତାଣ୍ଡବରେ ଉଜୁଡିଲା ଏକର ଏକର ଫସଲ

By

Published : Apr 23, 2020, 11:34 PM IST

Updated : Apr 24, 2020, 11:52 AM IST

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ବାମନଘାଟି ଉପଖଣ୍ଡରେ ପୁଣି କାଳବୈଶାଖୀର ତାଣ୍ଡବ । ଗୁରୁବାର କାଳବୈଶାଖୀ ପ୍ରଭାବରେ ବାମନଘାଟି ଉପଖଣ୍ଡର ବିଭିନ୍ନ ସ୍ଥାନରେ ପ୍ରବଳ ବେଗରେ ପବନ ବହିବା ସହିତ ବାଦଲଫଟା ବର୍ଷା ଓ କୁଆପଥର ମାଡ଼ ହୋଇଛି ।

ତେବେ ଉପଖଣ୍ଡର ଭଣ୍ଡନ, କଣ୍ଟାଶୋଳା, ଭାଦୁସାହି, ଚାଭଁରାଡିହି, ତଲୋକପୋଖରୀ, ଟିଣାପୋଷି, ବାଗଡେଗା ଆଦି ସ୍ଥାନରେ କୁଆପଥର ମାଡ଼ ଯୋଗୁଁ ଏକର ଏକର ଫସଲ ନଷ୍ଟ ହୋଇଯାଇଛି । ଏସବୁ ଜମିରେ ବ୍ୟାପକ ଖରାଦିନିଆ ପନିପରିବା ଫସଲ ଚାଷ କରାଯାଇଥିଲା । ଯାହାକି ଏବେ ସବୁ ଉଜୁଡିଯାଇଛି ।

କାଳବୈଶାଖୀ ତାଣ୍ଡବରେ ଉଜୁଡିଲା ଏକର ଏକର ଫସଲ, ଭାଙ୍ଗିଲା ଘର

କେବଳ ଫସଲ ନୁହେଁ କୁଆପଥର ମାଡ଼ ଯୋଗୁଁ ବିଭିନ୍ନ ସ୍ଥାନରେ ଘରଦ୍ୱାର ମଧ୍ୟ ଭାଙ୍ଗିଯାଇଛି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

Last Updated : Apr 24, 2020, 11:52 AM IST

ABOUT THE AUTHOR

...view details