ରାଇରଙ୍ଗପୁର:ମୟୂରଭଞ୍ଜ ଜିଲ୍ଲାର ତିରିଂ ଥାନା ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା । ସାନକୁମରୁମ ଗ୍ରାମରେ ଏକ ଘରୁ ୨ ଭଉଣୀଙ୍କ ଝୁଲନ୍ତା ମୃତଦେହକୁ ଉଦ୍ଧାର କରାଯାଇଛି । ତେବେ ଏମାନଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି ।
ମିଳିଥିବା ସୂଚନା ଅନୁସାରେ ସାନକୁମରୁମ ଗ୍ରାମର ମନିଶା ଆଲଦାଙ୍କ ପିଉସୀ ଝିଅ ସୁନିତା ବାଦ୍ରା ରଜ ପରଠାରୁ ମାମୁଁ ଘର ଗ୍ରାମରେ ରହି ଆସୁଥିଲେ। ତାଙ୍କର ପ୍ରକୃତ ଘର ଝାଡଖଣ୍ଡ ରାଜ୍ୟ ଲାଗଡା ଗ୍ରାମରେ । ମାମୁଁ ଘର ଲୋକେ ଗରିବ ଶ୍ରେଣୀର ହୋଇଥିବାରୁ ଅନାଥ ସୁନିତା କାମ କରି ଚଳୁଥିଲେ । ସୁନିତା ଓ ମନିଶା ଦୁହେଁ ଭଲ ସାଙ୍ଗ ହେବା ସହିତ ଏକା ସାଙ୍ଗରେ ରହୁଥିଲେ ଓ ଏକାଠି ଶୋଉଥିଲେ । ମାମୁଁ ଘର ଲୋକେ କାମ କରିବାକୁ ଯାଇଥିବା ବେଳେ ମନିଶା ଓ ସୁନିତା ଘରେ ଏକା ଥିଲେ । ତାଙ୍କ ସହ ପଡିଶା ଘରର ଏକ ଛୋଟ ଛୁଆ ମଧ୍ୟ ରହୁଥିଲା ।