ଓଡିଶା

odisha

ETV Bharat / state

ସ୍ଥାୟୀ ଜମିପଟ୍ଟା ଦାବିରେ ଅନଶନରେ ବସ୍ତିବାସିନ୍ଦା

ଭୂମିହୀନଙ୍କୁ ଜମିପଟ୍ଟା ସହ ଘର ଯୋଗାଇଦେବା ପାଇଁ ସରକାରଙ୍କ ମିଶନ ଜାଗା ଯୋଜନା ଏବେ ସ୍ଥାଣୁ ପାଲଟିଯାଇଛି । ଜାଗା ନ ମିଳିବା ପ୍ରତିବାଦରେ ଏବେ ଅନଶନରେ ବସ୍ତିବାସିନ୍ଦା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୁରଭଞ୍ଜ

By

Published : Aug 1, 2019, 7:13 PM IST

ବାରିପଦା: ରାଜ୍ୟରେ ବସବାସ କରୁଥିବା ଭୂମିହୀନଙ୍କୁ ରାଜ୍ୟ ସରକାର ଜାଗା ଯୋଗାଇଦେବା ପାଇଁ ଗତ ବର୍ଷ ଆରମ୍ଭ କରିଥିଲେ ଜାଗା ଯୋଜନା । ଏହି ଯୋଜନା ଆଧାରରେ ସରକାର ରାଜ୍ୟର ସମସ୍ତ ଭୂମିହୀନଙ୍କୁ ନିର୍ଦିଷ୍ଟ ପରିମାଣର ଜାଗା ଯୋଗାଇଦେବା ପାଇଁ ବ୍ୟବସ୍ଥା କରିଥିଲେ ।

ବିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୁରଭଞ୍ଜ

ହେଲେ ଯୋଜନା ଯୋଜନା ବାଟରେ ଥିବା ବେଳେ ଭୂମିହୀନ ଏବେ ରାଜରାସ୍ତାରେ । ଦୀର୍ଘଦିନ ଧରି ମୟୂରଭଞ୍ଜ ଜିଲ୍ଲା ଉଦଳା ଏନଏସସି ୱାର୍ଡନଂ ୫ ରେ ବସବାସ କରିଆସୁଥିବା ବସ୍ତିବାସିନ୍ଦା ମାନେ ସ୍ଥାୟୀ ଜମି ପଟ୍ଟା ସହ ଘର ଯୋଗାଇଦେବାକୁ ଦାବି କରି ଆସୁଛନ୍ତି । ହେଲେ ସ୍ଥାନୀୟ ଏନଏସସି ଏବଂ ତହସିଲ ପକ୍ଷରୁ କିଛି ହିତାଧକାରୀଙ୍କୁ ଚିହ୍ନଟ କରାଯାଇଥଲେ ମଧ୍ୟ ସେମାନଙ୍କୁ ଜମି ପଟ୍ଟା ପ୍ରଦାନ କରାଯାଇନାହିଁ ।


ଏହାସହ ବସ୍ତିବାସିନ୍ଦାଙ୍କୁ ଜମି ପଟ୍ଟା ନଦେବା ଓ ସ୍ଥାନୀୟ ପ୍ରଶାସନର ଟାଳଟୁଳ ନୀତି ପ୍ରତିବାଦରେ ଆଜି ଠାରୁ ବହୁ ସଂଖ୍ୟାରେ ବସ୍ତିବାସିନ୍ଦା ଆମରଣ ଅନଶନରେ ବସିଛନ୍ତି । ଯଦି ସେମାନଙ୍କର ସମସ୍ୟା ସମାଧାନ କରାନଯାଏ ଆଗକୁ ଆମରଣ ଅନଶନରେ ବସିବେ ବୋଲି ଚେତାବନୀ ଦେଇଛନ୍ତି ଅନଶନକାରୀ ।

ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details