ଓଡିଶା

odisha

By

Published : Sep 13, 2022, 9:10 AM IST

ETV Bharat / state

ହଷ୍ଟେଲ୍‌ରେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର

ମୟୂରଭଞ୍ଜ ଜିଲ୍ଲା ବିରେଶ୍ବରପୁର ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀନିବାସରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ହୋଇଛି । ହତ୍ୟା ଅଭିଯୋଗ ଆଣିଛନ୍ତି ପରିବାର । ଅଧିକ ପଢନ୍ତୁ

ଛାତ୍ରୀ ନିବାସରେ ଛାତ୍ରୀଙ୍କ ମୃତ୍ୟୁ
ଛାତ୍ରୀ ନିବାସରେ ଛାତ୍ରୀଙ୍କ ମୃତ୍ୟୁ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବଡସାହି ବ୍ଲକ ବିରେଶ୍ବରପୁର ସରକାରୀ ଉଚ୍ଚ ବିଦ୍ୟାଳୟର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ହୋଇଛି । ଝିଅର ମୃତ୍ୟୁକୁ ଗ୍ରହଣ କରି ପାରୁନାହାନ୍ତି ପରିବାର । ଝିଅର ସ୍ବାଭାବିକ ମୃତ୍ୟୁ ହୋଇନାହିଁ ତାକୁ ପିଟି ପିଟି ମାରି ଦିଆଯାଇଥିବା ଅଭିଯୋଗ ଆଣିଛନ୍ତି ପରିବାର । ବିଦ୍ୟାଳୟ ପକ୍ଷରୁ ଛାତ୍ରୀଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ଦିଆଯାଇନାହିଁ । ମୃତଦେହ ପାଇଁ ହସ୍ପିଟାଲ ସମ୍ମୁଖରେ ଧାରଣା ଦେଇଛନ୍ତି ପରିବାର ବର୍ଗ ।

ଛାତ୍ରୀ ନିବାସରେ ଛାତ୍ରୀଙ୍କ ମୃତ୍ୟୁ

ଅଭିଯୋଗ ଅନୁଯାୟୀ, ରବିବାର ଛାତ୍ରୀ ଅଞ୍ଜଳୀ ପାତ୍ରଙ୍କର ଅସ୍ବାଭାବିକ ମୃତ୍ୟୁ ଘଟିଥିଲା । ମୃତ୍ୟୁ ପରେ ବାରିପଦା ପିଆରଏମ ହସ୍ପିଟାଲକୁ ମୃତଦେହ ବ୍ୟବଚ୍ଛେଦ ପରେ ଦୀର୍ଘ ସମୟ ବିତି ଯାଇଥିଲେ ସୁଦ୍ଧା ମୃତଦେହକୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇନଥିଲା । ଯାହାକୁ ନେଇ ହସ୍ପିଟାଲ ପରିସରରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା । ପରିବାର ଲୋକେ ହସ୍ପିଟାଲ ଫାଟକ ସମ୍ମୁଖରେ ମୃତଦେହ ପାଇଁ ଦାବି କରି ଧାରଣା ଦେଇଛନ୍ତି । ଅନ୍ୟପଟେ ମୃତଦେହ ପ୍ରଦାନ ନେଇ ପୋଲିସ ସହିତ ପରିବାରବର୍ଗଙ୍କ ଯୁକ୍ତିତର୍କ ହୋଇଥିଲା । ମୃତଦେହକୁ ଲୋକେ ଆମ୍ବୁଲାନ୍ସ ମଧ୍ୟରୁ କାଢି ନେଇ ହସ୍ପିଟାଲ ସମ୍ମୁଖରେ ରଖି ଧାରଣା ଦେଇଥିଲେ ପରିବାର ।

ମୃତ ଛାତ୍ରୀ ଅଞ୍ଜଳୀଙ୍କ ବାପା କହିଛନ୍ତି, "ଝିଅକୁ ପିଟି ପିଟି ମାରି ଦେଇଛନ୍ତି । ମୋ ଝିଅ ବିଷ ଖାଇନାହିଁ ତାକୁ ବିଷ ଦେଇ ପିଟି ପିଟି ମାରିଛନ୍ତି । ହଷ୍ଟେଲ ଶିକ୍ଷକ ତାକୁ ତାକୁ ପିଟି ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ଅଞ୍ଜଳୀଙ୍କ ବାପା ।'' ଦୁଇ ଦିନ ତଳେ ଝିଅକୁ ବହି ଖାତା ହେବାକୁ ଆସିଥିଲେ ନୀଳକଣ୍ଠ ପାତ୍ର ସବୁ ଠିକ ଥିଲା । ଅଚାନକ ଝିଅ ଦେହ ଖରାପ ଥିବା ଘରକୁୁ ଜଣାଇଛନ୍ତି ସ୍କୁଲ କର୍ତ୍ତୃପକ୍ଷ । ଖବର ପାଇ ପରିବାର ଲୋକ ପହଞ୍ଚିଲା ବେଳେକୁ ଆଖି ବୁଜି ସାରିଥିଲେ ଅଞ୍ଜଳୀ ।

ଏହା ବି ପଢନ୍ତୁ...ସିକନ୍ଦରାବାଦର ଲଜ୍‌ରେ ଭୀଷଣ ଅଗ୍ନିକାଣ୍ଡ, ଶ୍ବାସରୁଦ୍ଧ ହୋଇ ୭ ମୃତ

ଧାରଣାସ୍ଥଳରେ ବାରିପଦା ଟାଉନ ଥାନା ଅଧିକାରୀ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ । ତେବେ ପରିବାର ଲୋକେ ମୃତଦେହଟିକୁ ହସ୍ପିଟାଲ ସମ୍ମୁଖରୁ ଫେରାଇ ନେଇଛନ୍ତି । ପୋଲିସ ପକ୍ଷରୁ ଘଟଣାର ସମାଧାନ ନେଇ ଆଲୋଚନା ଜାରି ରହିଛି । ହସ୍ପିଟାଲ ପରିସରରେ ମୃତଦେହ ସହ ଉପଯୁକ୍ତ ତଦନ୍ତ ଦାବିରେ ପରିବାର ଲୋକେ ଅଡ଼ି ରହିଛନ୍ତି ।

ଇଟିଭି ଭାରତ, ମୟୂରଭଞ୍ଜ

ABOUT THE AUTHOR

...view details