ଓଡିଶା

odisha

ETV Bharat / state

ଠକେଇ ମାମଲାରେ ଜେଲ ଗଲେ ଅଧ୍ୟାପକ - ରାଇରଙ୍ଗପୁର ଏସଡିଜେଏମ କୋର୍ଟ

ଠକେଇ ଅଭିଯୋଗରେ ଜଣେ ଅଧ୍ୟାପକଙ୍କୁ ପୋଲିସ ଗିରଫ କରିଛି । ଗିରଫ ଅଧ୍ୟାପକଙ୍କ ନାମ ନାରାୟଣ ମହାନ୍ତ । ତାଙ୍କ ଘର କରଞ୍ଜିଆ ଥାନା ଅନ୍ତର୍ଗତ କୁଳିପୋଷି ଗ୍ରାମରେ ହୋଇଥିବା ବେଳେ ରଘୁନାଥ ମହାବିଦ୍ୟାଳୟରେ ଇତିହାସ ଅଧ୍ୟାପକ ଭାବେ କାର୍ଯ୍ୟ କରୁଥିଲେ ।

ଫଟୋ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର

By

Published : Aug 25, 2019, 1:09 AM IST

ରାଇରଙ୍ଗପୁର: ଚାକିରି ନାଁ ରେ ଲୋକଙ୍କୁ ଠକିଲେ ଅଧ୍ୟାପକ । ହେଲେ ବେଶୀଦିନ ଲୁଚି ରହିଲାନି ଏହି ଚୋରାବେପାର । ଶେଷରେ ପୋଲିସ ହାତରେ ଧରାପଡିଲେ ଠକ ଅଧ୍ୟାପକ । ରଘୁନାଥ ମହାବିଦ୍ୟାଳୟରେ ସେ ଇତିହାସ ଅଧ୍ୟାପକ ଭାବେ କାର୍ଯ୍ୟ କରୁଥିଲେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର

ଗିରଫ ଅଧ୍ୟାପକଙ୍କ ନାମ ନାରାୟଣ ମହାନ୍ତ ବୋଲି ଜଣାପଡିଛି। ତାଙ୍କ ଘର କରଞ୍ଜିଆ ଥାନା ଅନ୍ତର୍ଗତ କୁଳିପୋଷି ଗ୍ରାମରେ । ସେ ରାଇରଙ୍ଗପୁର ଅଞ୍ଚଳର କିଛି ବ୍ୟକ୍ତିଙ୍କୁ ଚାକିରି କରାଇ ଦେବାକୁ କହି ଠକିଥିଲେ । ବାରମ୍ବାର ଟଙ୍କା ମାଗି ବିଫଳ ହେବା ପରେ ସେମାନେ ରାଇରଙ୍ଗପୁର ଏସଡିଜେଏମ କୋର୍ଟର ରେ ଏକ ଅଭିଯୋଗ କରିଥିଲେ ।

ଏହାପରେ କୋର୍ଟ ବାରମ୍ବାର ସମନ ଜାରି କରିଥିଲେ ମଧ୍ୟ ସେ କୋର୍ଟରେ ହାଜର ହୋଇ ନଥିଲେ । ଫଳରେ ଶନିବାର ପୋଲିସ ତାଙ୍କୁ ଗିରଫ କରି ରାଇରଙ୍ଗପୁର କୋର୍ଟରେ ହାଜର କରାଇଥିଲା । ତାଙ୍କର ଜାମିନ ନାମଞ୍ଜୁର ହେବାରୁ ଆଜି ରାଇରଙ୍ଗପୁର ସବ୍ ଜେଲକୁ ପଠାଇ ଦିଆଯାଇଛି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ABOUT THE AUTHOR

...view details