ଓଡିଶା

odisha

ETV Bharat / state

ଜଜଗୋଡା ଓ ଚାଡ୍ରୀ ଗ୍ରାମରେ ପେସା ଗ୍ରାମସଭା ପ୍ରତିଷ୍ଠା ଦିବସ ଅନୁଷ୍ଠିତ - ୨୦୧୮ ମସିହା ଜାନୁଆରୀ ୬ ତାରିଖରେ ହୋଇଥିଲା ପ୍ରତିଷ୍ଠା

ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅନ୍ତର୍ଗତ ଗିଦିଘାଟୀ ଗ୍ରାମପଞ୍ଚାୟତ ଜଜଗୋଡା ଓ ଚାଡ୍ରୀ ଗ୍ରାମରେ ପେସା ଗ୍ରାମସଭା ଗଠନର ତୃତୀୟ ବାର୍ଷିକ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଛି । ଅଧିକ ପଢନ୍ତୁ...

ପେସା ଗ୍ରାମସଭା ପ୍ରତିଷ୍ଠା ଦିବସ ସମାରୋହ
ପେସା ଗ୍ରାମସଭା ପ୍ରତିଷ୍ଠା ଦିବସ ସମାରୋହ

By

Published : Jan 8, 2021, 10:26 AM IST

ରାଇରଙ୍ଗପୁର:ମୟୂରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅନ୍ତର୍ଗତ ଗିଦିଘାଟୀ ଗ୍ରାମପଞ୍ଚାୟତ ଜଜଗୋଡା ଓ ଚାଡ୍ରୀ ଗ୍ରାମରେ ପେସା ଗ୍ରାମସଭା ଗଠନର ତୃତୀୟ ବାର୍ଷିକ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଛି । ୨୦୧୮ ମସିହା ଜାନୁଆରୀ ୬ ତାରିଖରେ ମୟୂରଭଞ୍ଜ ଜିଲ୍ଲା ପେସା ସମନ୍ବୟ ସମିତିର ମାର୍ଗଦର୍ଶନରେ ଉଭୟ ଜଜଗୋଡା ଓ ଚାଡ୍ରୀ ଗ୍ରାମରେ ପେସା ଗ୍ରାମସଭା ଗଠିତ ହୋଇଥିଲା ।

ପେସା ଗ୍ରାମସଭା ପ୍ରତିଷ୍ଠା ଦିବସ ସମାରୋହ

ପ୍ରତିଷ୍ଠାର ତୃତୀୟ ବର୍ଷ ଅବସରରେ ବୁଧବାର ଉଭୟ ଗ୍ରାମରେ ଗ୍ରାମ ନାଏକ(ପୂଜକ)ଙ୍କୁ ପାରମ୍ପାରିକ ବାଦ୍ୟ ମାଦଳ, ନାଗଡା ଆଦି ବାଦ୍ୟର ତାଳେତାଳେ ପାରମ୍ପାରିକ ପରିଧାନରେ ମହିଳାମାନେ ନୃତ୍ୟକରି ଗ୍ରାମ ମୁଣ୍ଡରେ ସ୍ଥାପିତ ପେସା ଆଇନ ଉଲ୍ଲେଖିତ ଶିଳାପଥର ପାଖକୁ ପାଛଟି ନେଇଥିଲେ। ସେଠାରେ ଆଦିବାସୀ ପରମ୍ପରା ଓ ରୀତିନୀତି ଅନୁସାରେ ପୂଜାପାଠ କରାଯାଇ ପେସା ଆଇନ ଉଲ୍ଲେଖିତ ଉକ୍ତ ଶିଳା ପଥରକୁ ପୁନଃ ପ୍ରତିଷ୍ଠିତ କରାଯାଇଥିଲା। ପୂଜା ସ୍ଥଳରେ ଗ୍ରାମର ସମସ୍ତ ମହିଳା ଓ ପୁରୁଷ ମାନେ ଉପସ୍ଥିତ ରହି ଇଷ୍ଟ ଦେବଦେବୀ'ଙ୍କୁ ସ୍ମରଣ କରିବା ସହିତ ସମସ୍ତଙ୍କ ମଙ୍ଗଳ କାମନା କରିଥିଲେ ।

ଆୟୋଜିତ କାର୍ଯ୍ୟକ୍ରମରେ ତାରଣା ମାଝୀବାବା ତଥା ବାବାତିଲକା ପାଠାଗାର ସଂପାଦକ ରାମଚନ୍ଦ୍ର ହେମ୍ବ୍ମମ, ବରିଷ୍ଠ ସାମ୍ବାଦିକ ତଥା ବାବାତିଲକା ପାଠାଗାର ପ୍ରତିଷ୍ଠାତା ରାମଦାସ ମୁର୍ମୁ,ମୂଳନିବାସୀ ଏକତାମଞ୍ଚ ସଂଯୋଜକ ପିତାମ୍ବର ମୁର୍ମୁ ଓ ବହଳଦା ବ୍ଲକ ପେସା ଗ୍ରାମସଭା ସଂଯୋଜକ ବସନ୍ତ ସାଣ୍ଡିଲ ପ୍ରମୁଖ ଅତିଥି ଭାବେ ଉଭୟ ଗ୍ରାମରେ ଯୋଗଦେଇଥିଲେ। ଚାଡ୍ରୀ ଗ୍ରାମ ନାଏକେ ଓ ମାଝୀବାବାଙ୍କ ତତ୍ବାବଧାନରେ ଚାଡ୍ରୀ ପେସାଗ୍ରାମ ସଭାର କାର୍ଯ୍ୟକ୍ରମ ସଂପାଦିତ ହୋଇଥିଲା । ସେହିପରି ଜଜଗୋଡାଠାରେ ଗ୍ରାମ ନାଏକେଙ୍କ ପରିଚାଳନାରେ କାଯ୍ର୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପୂଜା ଅର୍ଚ୍ଚନା ପରେ ଅତିଥି ମାନେ ଉଭୟ ଗ୍ରାମର ଗ୍ରାମବାସୀଙ୍କ ସହିତ ପୃଥକ ବୈଠକର ଆଲୋଚନାରେ ଭାଗନେଇ ଜଜଗୋଡା, ତାରଣା ଚାଡ୍ରି ଓ ସୂରଦା ପେସାଗ୍ରାମ ସଂଗଠନଗୁଡିକ ଯେପରି ସଂଗଠିତ ଓ ସକ୍ରିୟ ରହିଛି ଅନ୍ୟାନ୍ୟ ଗ୍ରାମ ଗୁଡିକରେ ମଧ୍ୟ ପେସା ଗ୍ରାମସଭା ଗଠନ କରାଯାଇ ବିଭିନ୍ନ ଆଦିବାସୀ ସାମାଜିକ ପରମ୍ପରା,ରୀତିନୀତି କିପରି ସୂରକ୍ଷିତ ରହିବ ସେ ବିଷୟରେ ଲୋକଙ୍କୁ ସଚେତନ କରାଯିବାର ଆବଶ୍ୟକତା ବିଷୟରେ ବିସ୍ତୃତ ଆଲୋଚନା ହୋଇଛି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ABOUT THE AUTHOR

...view details