ଓଡିଶା

odisha

ETV Bharat / state

ପରଲୋକରେ ପୂର୍ବତନ ବିଧାୟକ ରମେଶ ସୋରେନ

ମୟୂରଭଞ୍ଜ ଜିଲ୍ଲାର ତତ୍କାଳୀନ ଖୁଣ୍ଟା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ରମେଶ ସୋରେନଙ୍କର ମୃତ୍ୟୁ ଘଟିଛି । ବାର୍ଦ୍ଧକ୍ୟଜନିତ ରୋଗରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି ପୂର୍ବତନ କଂଗ୍ରେସ ବିଧାୟକ ରମେଶ ସୋରେନ । ଅଧିକ ପଢ଼ନ୍ତୁ

By

Published : Jul 25, 2023, 7:28 PM IST

ପରଲୋକରେ ପୂର୍ବତନ ବିଧାୟକ ରମେଶ ସୋରେନ
ପରଲୋକରେ ପୂର୍ବତନ ବିଧାୟକ ରମେଶ ସୋରେନ

ରାଇରଙ୍ଗପୁର: ପରଲୋକରେ ମୟୂରଭଞ୍ଜ ଜିଲ୍ଲାର ତତ୍କାଳୀନ ଖୁଣ୍ଟା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ରମେଶ ସୋରେନ । ଭୁବନେଶ୍ଵରସ୍ଥିତ ଏକ ଘରୋଇ ନର୍ସିଂହୋମରେ ରମେଶ ସୋରେନଙ୍କର ସୋମବାର ବିଳମ୍ବିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା । ସ୍ଵର୍ଗତ ରମେଶ ସୋରେନ କଂଗ୍ରେସ ଦଳର ଜଣେ ଟାଣୁଆ ନେତା ଭାବେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ସେ କ୍ରମଗତ ୩ ଥର କଂଗ୍ରେସ ଦଳରୁ ତତ୍କାଳୀନ ଖୁଣ୍ଟା ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ତାଙ୍କର ବିୟୋଗରେ ଅନେକ ବରିଷ୍ଠ ବ୍ୟକ୍ତିତ୍ବ ଖୁଣ୍ଟା ବ୍ଲକ ଅଧୀନ ଭାଲିଆଡିହା ଗ୍ରାମସ୍ଥିତ ତାଙ୍କର ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ ।

ପରଲୋକ ରେ ପୂର୍ବତନ ବିଧାୟକ ରମେଶ ସୋରେନ

ତେବେ ବାର୍ଦ୍ଧକ୍ୟ ଜନିତ ସ୍ଵାସ୍ଥ୍ୟଗତ ସମସ୍ୟା ହେତୁ ଭୁବନେଶ୍ବରସ୍ଥିତ ଏକ ଘରୋଇ ନର୍ସିଂହୋମରେ ପୂର୍ବତନ ବିଧାୟକ ରମେଶ ସୋରେନଙ୍କର ଚିକିତ୍ସା ଚାଲିଥିଲା । ଚିକିତ୍ସାଧିନ ଅବସ୍ଥାରେ ଗତକାଲି ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଛି । ପରିବାର ଲୋକେ ଆଜି ତାଙ୍କ ମର ଶରୀରକୁ ତାଙ୍କ ପୈତୃକ ଗାଁ ଖୁଣ୍ଟା ବ୍ଲକ ଅନ୍ତର୍ଗତ କରକଚିଆ ଗ୍ରାମପଞ୍ଚାୟତର ଭାଲିଆଡିହା ଗ୍ରାମକୁ ଆଣିଥିଲେ । ସେଠାରେ ପୂର୍ବତନ ମନ୍ତ୍ରୀ ସରସ୍ଵତୀ ହେମ୍ବ୍ରମ, ପୂର୍ବତନ ସାଂସଦ ସୁଶିଳା ତିରିଆ, ପୂର୍ବତନ ଉପବାଚସ୍ପତି ସାନନ୍ଦ ମାରଣ୍ଡି, ଏସ୍‌ଏସ୍‌ଡି ଅଧ୍ୟକ୍ଷ ଡଃ ଦେବାଶିଷ ମାରଣ୍ଡି, ଡିସିସି ସଭ୍ୟ ରାକେଶ ସିଂଙ୍କ ସମେତ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପହଞ୍ଚି ତାଙ୍କର ଶେଷ ଦର୍ଶନ କରିଥିଲେ ।

ପରଲୋକ ରେ ପୂର୍ବତନ ବିଧାୟକ ରମେଶ ସୋରେନ

ଏହା ମଧ୍ୟ ପଢ଼ନ୍ତୁ...ଆରପାରିରେ ବରିଷ୍ଠ କଂଗ୍ରେସ ନେତା ଅଶୋକ ସାମଲ

ଶୋକାକୁଳ ପରିବେଶ ମଧ୍ୟରେ ପରିବାର ବର୍ଗ ଓ ବନ୍ଧୁବାନ୍ଧବଙ୍କ ଉପସ୍ଥିତିରେ ସାନ୍ତାଳୀ ରୀତିନୀତି ଅନୁଯାୟୀ ଆଜି ଗାଁ ଶ୍ମସାନରେ ତାଙ୍କର ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଛି । ମୃତ୍ୟୁ ବେଳକୁ ରମେଶ ସୋରେନଙ୍କୁ ୮୦ ବର୍ଷ ବୟସ ହୋଇଥିଲା । ସେ ୧୯୮୦ ମସିହାରେ ମୟୂରଭଞ୍ଜ ଜିଲ୍ଲାର ତତ୍କାଳୀନ ଖୁଣ୍ଟା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ଦଳରୁ ପ୍ରଥମ କରି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଜନସାଧାରଣଙ୍କର ତାଙ୍କ ପ୍ରତି ବିପୁଳ ସମର୍ଥନ ଥିବାରୁ ସେ କ୍ରମାଗତ ଭାବେ ୩ ଥର କଂଗ୍ରେସ ଦଳରୁ ସେହି ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ସ୍ଵର୍ଗତ ରମେଶ ସୋରେନ କଂଗ୍ରେସ ଦଳର ଜଣେ ଟାଣୁଆ ନେତା ଭାବେ ଜିଲ୍ଲାରେ ପରିଚିତ ଥିବାବେଳେ ତାଙ୍କର ମୃତ୍ୟୁର ଖବର ପ୍ରଚାରିତ ହେବାପରେ ଆଖପାଖ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

ଇଟିଭି ଭାରତ, ମୟୂରଭଞ୍ଜ

ABOUT THE AUTHOR

...view details