ଓଡିଶା

odisha

ETV Bharat / state

ବାରିପଦାରୁ ଗଡିଲା ବିଦ୍ୟୁତଚାଳିତ ରେଳ - ବାରିପଦା ଷ୍ଟେସନ

ବାରିପଦା ଷ୍ଟେସନରୁ ପ୍ରଥମ କରି ଗଡିଛି ଇଲେକ୍ଟ୍ରି ଚାଳିତ ରେଳ ଇଞ୍ଜିନ । ଯାହା ଆଉ ଏକ ନୂତନ ଅଧ୍ୟାୟ ଆରମ୍ଭ କରିଛି । ଅଧିକ ପଢନ୍ତୁ...

ବାରିପଦାରୁ ପ୍ରଥମ କରି ଗଡିଲା ବିଦ୍ୟୁତଚାଳିତ ରେଳ
ବାରିପଦାରୁ ପ୍ରଥମ କରି ଗଡିଲା ବିଦ୍ୟୁତଚାଳିତ ରେଳ

By

Published : Aug 5, 2021, 11:31 AM IST

ବାରିପଦା:ରାଜତନ୍ତ୍ର ସମୟରୁ ମୟୂରଭଞ୍ଜ ଜିଲ୍ଲାରେ ରେଳ ଚଳାଚଳ ଆରମ୍ଭ ହୋଇଛି । ଯାହା ଆଉ ଦୁଇ ପାଦେ ଆଗକୁ ଯାଇଛି । ବାରିପଦା ଷ୍ଟେସନରୁ ପ୍ରଥମ କରି ଗଡିଛି ଇଲେକ୍ଟ୍ରି ଚାଳିତ ରେଳ ଇଞ୍ଜିନ । ଯାହା ଆଉ ଏକ ନୂତନ ଅଧ୍ୟାୟ ଆରମ୍ଭ କରିଛି ।

ବାରିପଦାରୁ ପ୍ରଥମ କରି ଗଡିଲା ବିଦ୍ୟୁତଚାଳିତ ରେଳ

ବାରିପଦା ଠାରୁ ସାଲିମାର (ପଶ୍ଚିମବଙ୍ଗ)କୁ ବୁଧବାର ପ୍ରଥମ କରି ଇଲେକ୍ଟ୍ରିକ୍ ଚାଳିତ ରେଳ ଇଞ୍ଜିନ ଗଡିଛି । ପୂର୍ବତନ ମୋରଡା ବିଧାୟକ ତଥା ମୟୂରଭଞ୍ଜ ମହାରାଜା ପ୍ରବୀଣ ଚନ୍ଦ୍ର ଭଞଦେଓ ପତାକା ଦେଖାଇ ବାରିପଦା ଷ୍ଟେସନରୁ ଏହାର ଶୁଭାରମ୍ଭ କରିଛନ୍ତି । ରାଜତନ୍ତ୍ର ସମୟରେ ଏହା ନେରୋ ଗେଜ୍ ସହିତ ଷ୍ଟିମ ଇଞ୍ଜିନ ଦ୍ବାରା ବାଙ୍ଗିରୀପୋଷି ଠାରୁ ରୁପ୍ସା ପର୍ଯ୍ୟନ୍ତ ରେଳ ଚଳାଚଳ କରୁଥିଲା ।

ପରେ ପରେ ଏହା ବ୍ରଡ୍ ଗେଜରେ ପରିବର୍ତ୍ତନ ହେବା ସହ ବାଙ୍ଗିରୀପୋଷିରୁ ଭୁବନେଶ୍ବର ସୁପରଫାଷ୍ଟ , ବାଙ୍ଗିରୀପୋଷିରୁ ବାଲେଶ୍ଵର ଡି.ଏମ୍.ୟୁ ଓ ବାରିପଦା ଠାରୁ ସାଲିମାର ପର୍ଯ୍ୟନ୍ତ ଟ୍ରେନ ଡିଜେଲ ଇଞ୍ଜିନ ଦ୍ବାରା ଚଳାଚଳ କରୁଥିଲା । ଏବେ ବିଦ୍ୟୁତିକରଣ କାମ ବାରିପଦା ପର୍ଯ୍ୟନ୍ତ ଶେଷ ହୋଇଯାଇଥିବା ଯୋଗୁଁ ପ୍ରଥମ କରି ଶାଲୀମାର ଟ୍ରେନକୁ ଇଲେକ୍ଟ୍ରିକ୍ ଇଞ୍ଜିନ ସଂଯୋଗୀକରଣ କରାଯାଇ ଚଲାଯାଇଛି । ଖୂବ ଶିଘ୍ର ଏହା ବାଙ୍ଗିରୀପୋଷି ପର୍ଯ୍ୟନ୍ତ ହୋଇଯିବ ବୋଲି ଜଣାପଡିଛି ।



ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details