ରାଇରଙ୍ଗପୁର: ମା' ହାତୀଆଶୁଣି କ୍ଳବ ଆନୁକୂଲ୍ୟରେ ୪୦ତମ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏଠାରେ ବିଜେତା ଦଳକୁ ପୁରସ୍କାର ଭାବରେ ଛେଳି ଓ ମେଣ୍ଢା ପୁରସ୍କାର ପ୍ରଦାନ କରାଯାଇଛି । ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବ୍ଲକ ଅନ୍ତର୍ଗତ ବଡଦେଉଳି ଗ୍ରାମ ପଞ୍ଚାୟତ ହାତୀଦାଣ୍ଡି ଗ୍ରାମରେ ଗତ ୪ ଦିନ ଧରି ୪୦ ତମ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି ।
ଫୁଟବଲ ଖେଳିଲେ, ଛେଳି-ମେଣ୍ଢା ପୁରସ୍କାର ଜିତିଲେ - football tournament
ମା' ହାତୀଆଶୁଣି କ୍ଳବ ଆନୁକୂଲ୍ୟରେ ୪୦ତମ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏଠାରେ ବିଜେତା ଦଳକୁ ପୁରସ୍କାର ଭାବରେ ଛେଳି ଓ ମେଣ୍ଢା ପୁରସ୍କାର ପ୍ରଦାନ କରାଯାଇଛି ।
ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଛେଳି ଓ ମେଣ୍ଢା ପୁରସ୍କାର
ତେବେ ଏହି ଫୁଟବଲ ଟୁର୍ଣ୍ଣାମେଣ୍ଟରେ ରାଜ୍ୟ ତଥା ରାଜ୍ୟ ବାହାରୁ ୩୨ଟି ଦଳ ଖେଳରେ ଅଂଶ ଗ୍ରହଣ କରିଥିଲେ । ଏହି ଖେଳରେ ବିର୍ଶା ସ୍ପୋଟିଂ କ୍ଳବ ଚମ୍ପିଆନ ହୋଇଥିବା ବେଳେ ଏଭେଞ୍ଜର ଏକେ 47 (ଚାନ୍ଦୁସାହି) ଦଳ ରନର୍ସଅପ୍ ହୋଇଥିଲା । ତେବେ ବର୍ଷା ବାଧକ ସାଜିଥିଲେ ବି ୪ ଦିନ ଧରି ଖେଳ ସୁରୁଖୁରୁ ଭାବେ ଚାଲିଥିଲା । ଖେଳର ଉଦଯାପନି ଦିବସରେ ସ୍ଥାନୀୟ ବିଧାୟିକା ବାସନ୍ତୀ ହେମ୍ବ୍ରମ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଖେଳର ଉଦଯାପନ କରିଥିବା ବେଳେ ବିଜେତା ଦଳଙ୍କୁ ଖାସି ଏବଂ ମେଣ୍ଢା ପୁରସ୍କାର ପ୍ରଦାନ କରିଥିଲେ ।
ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ