ଓଡିଶା

odisha

By

Published : Jan 12, 2021, 3:58 PM IST

ETV Bharat / state

୪୦ ରୁ ୫୦ ଥର ରକ୍ତଦାନ କରିଥିବା ପାଞ୍ଚ ରକ୍ତଦାତାଙ୍କୁ ସମ୍ମାନିତ

ରାଷ୍ଟ୍ରୀୟ ଯୁବ ଦିବସ ଅବସରରେ ପାଞ୍ଚ ଜଣ ରକ୍ତଦାତାଙ୍କୁ ସମ୍ମାନିତ । ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ପରିସରରେ ଥିବା ରକ୍ତ ଭଣ୍ଡାରରେ ରକ୍ତଦାତାମାନଙ୍କୁ ନେଇ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢନ୍ତୁ...

୪୦ ରୁ ୫୦ ଥର ରକ୍ତଦାନ କରିଥିବା ପାଞ୍ଚ ରକ୍ତଦାତାଙ୍କୁ ସମ୍ମାନିତ
୪୦ ରୁ ୫୦ ଥର ରକ୍ତଦାନ କରିଥିବା ପାଞ୍ଚ ରକ୍ତଦାତାଙ୍କୁ ସମ୍ମାନିତ

ରାଇରଙ୍ଗପୁର: ରାଷ୍ଟ୍ରୀୟ ଯୁବ ଦିବସ ଅବସରରେ ପାଞ୍ଚ ଜଣ ରକ୍ତଦାତାଙ୍କୁ ସମ୍ମାନିତ । ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ପରିସରରେ ଥିବା ରକ୍ତ ଭଣ୍ଡାରରେ ରକ୍ତଦାତାମାନଙ୍କୁ ନେଇ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର ଉପଜିଲ୍ଲାପାଳ ଧର୍ମାନନ୍ଦ ବେହେରା ଯୋଗଦାନ ଦେଇଥିଲେ । କୋରୋନା ମହାମାରୀ ଯୋଗୁଁ ଲକଡାଉନ ସମୟରେ ପାଞ୍ଚ ଜଣ ରକ୍ତଦାତା ବିଭିନ୍ନ ସମୟରେ ରକ୍ତଦାନ କରିବା ସହିତ ବିଭିନ୍ନ ରକ୍ତଦାନ ଶିବିର ଆୟୋଜନରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।

ସେମାନଙ୍କ ପ୍ରେରଣାରେ ଅନୁପ୍ରାଣିତ ହୋଇ ଅଞ୍ଚଳର ଯୁବ ଗୋଷ୍ଠୀ ରକ୍ତଦାନ କରି ରାଇରଙ୍ଗପୁର ଡାକ୍ତରଖାନାରେ ରକ୍ତର ଘୋର୍ ଅଭାବକୁ ଦୂର କରିଥିଲେ । ତେବେ ପ୍ରତ୍ୟୁଷ ପରିଡ଼ା, ଗତିକୃଷ୍ଣ ମହାନ୍ତ, ବିଜୟ ରାମ, ଗୋପାଲ ଗୋପ ଓ ବିକାଶ ମହାନ୍ତ ୪୦ ରୁ ୫୦ ଥର ରକ୍ତଦାନ କରିଥିବା ବେଳେ ଉକ୍ତ ପାଞ୍ଚ ଜଣଙ୍କୁ ରାଇରଙ୍ଗପୁର ଉପଜିଲ୍ଲାପାଳ ମାନପତ୍ର ଦେଇ ସମ୍ମାନିତ କରିଥିଲେ ।

ରାଷ୍ଟ୍ରୀୟ ଯୁବ ଦିବସ ଅବସରରେ ରାଇରଙ୍ଗପୁର ବ୍ଲଡ଼ ବ୍ୟାଙ୍କ ଇନଚାର୍ଜ ଡ଼.ପବିତ୍ର ପ୍ରତ୍ୟୁଷ ମିଶ୍ରଙ୍କ ତତ୍ତ୍ୱାବଧାନରେ ଉକ୍ତ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ବେଳେ ଡାକ୍ତରଖାନାର ଷ୍ଟାଫ୍ ଜୈଳେନ୍ଦ୍ର ନାଥ ରଣା, ଦେବବ୍ରତ ଗିରି, ସୁମନ୍ତ ଗିରି, ରଜନୀ ବରହପୁରିଆ, ବୈକୁଣ୍ଠ ନାଥ ସାଲଙ୍କ ସହିତ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ ।

୪୦ ରୁ ୫୦ ଥର ରକ୍ତଦାନ କରିଥିବା ପାଞ୍ଚ ରକ୍ତଦାତାଙ୍କୁ ସମ୍ମାନିତ

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ABOUT THE AUTHOR

...view details