ବାରିପଦା: ଅଭାବୀ ସାର ବିକ୍ରିକୁ ନେଇ ଅସନ୍ତୁଷ୍ଟ ଚାଷୀ । ଜିଲ୍ଲାର କୁଳିଅଣା ଲ୍ୟାମ୍ପସ ସମ୍ମୁଖରେ ଚାଷୀଙ୍କ ଧାରଣା। ଚାଷୀଙ୍କୁ ସରକାରଙ୍କ ତରଫରୁ ରିହାତି ଦରରେ ସାର ଏବଂ କୀଟନାଶକ ମିଳୁନଥିବା ଅଭିଯୋଗରେ ଶାନ୍ତିପୂର୍ଣ୍ଣ ଧାରଣାରେ ବସିଛନ୍ତି ଚାଷୀ।
ସାରର ଅଭାବୀ ବିକ୍ରି, ଧାରଣାରେ ବସିଲେ ଚାଷୀ
ଅଭାବୀ ସାର ବିକ୍ରିକୁ ନେଇ ଅସନ୍ତୁଷ୍ଟ ଚାଷୀ । ମୟୂରଭଞ୍ଜ ଜିଲ୍ଲାର କୁଳିଅଣା ଲ୍ୟାମ୍ପସ ସମ୍ମୁଖରେ ଚାଷୀଙ୍କ ଧାରଣା ।
ସାରର ଅଭାବୀ ବିକ୍ରି, ଧାରଣାରେ ବସିଲେ ଚାଷୀ
ଅଭିଯୋଗ ଅନୁଯାୟୀ, ୫୪୦ ଟଙ୍କାର ସାରକୁ ଚଢାଦରରେ ୧୨୦୦ ଟଙ୍କାରେ ବଜାରରୁ କିଣୁଛନ୍ତି ଚାଷୀ । ଚାଷୀମାନେ ଏହାର ବିରୋଧ କରି ନବ ନିର୍ମାଣ କୃଷକ ସଙ୍ଗଠନ କର୍ମକର୍ତ୍ତା ମାନେ କୁଳିଅଣା ଲ୍ୟାମ୍ପ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଧାରଣାରେ ବସିଛନ୍ତି। ରିହାତି ଦରରେ ସାର ଏବଂ କୀଟନାଶକ ସରକାର ଯୋଗେଇ ନ ଦେଲେ, ଆଗାମୀ ଦିନରେ ଆନ୍ଦୋଳନ ବ୍ୟାପକ ହେବ ବୋଲି ଚେତାବନୀ ଦେଇଛନ୍ତି କର୍ମକର୍ତା ମାନେ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ