ଓଡିଶା

odisha

ETV Bharat / state

ଆକ୍ସନ ମୋଡରେ ଅବକାରୀ ବିଭାଗ, ଜବତ କଲା 100 ଲିଟରରୁ ଉର୍ଦ୍ଧ୍ବ ଦେଶୀ ମଦ

ଆକ୍ସନ ମୋଡରେ ରାଇରଙ୍ଗପୁର ଅବକାରୀ ବିଭାଗ । ମୟୂରଭଞ୍ଜ ଜିଲ୍ଲା ବାମନଘାଟି ଉପଖଣ୍ଡର ବିଭିନ୍ନ ଦୁର୍ଗମ ଅଞ୍ଚଳରେ ଚଢାଉ କରିଛି ବିଭାଗ । ଅଧିକ ପଢନ୍ତୁ..

ଆକ୍ସନ ମୋଡରେ ଅବକାରୀ ବିଭାଗ
ଆକ୍ସନ ମୋଡରେ ଅବକାରୀ ବିଭାଗ

By

Published : Aug 5, 2020, 1:08 PM IST

ରାଇରଙ୍ଗପୁର: ଆକ୍ସନ ମୋଡରେ ରାଇରଙ୍ଗପୁର ଅବକାରୀ ବିଭାଗ । ମୟୂରଭଞ୍ଜ ଜିଲ୍ଲା ବାମନଘାଟି ଉପଖଣ୍ଡର ବିଭିନ୍ନ ଦୁର୍ଗମ ଅଞ୍ଚଳରେ ଚୋରା ମଦ ତିଆରି କରି କୁଟୀର ଶିଳ୍ପ ଚଳାଇଥିବା ଚୋରା ମଦ ବେପାରୀଙ୍କ ଉପରେ ଲଗାମ କଷିବା ଆରମ୍ଭ କରିଛି ଅବକାରୀ ବିଭାଗ ।

ଆକ୍ସନ ମୋଡରେ ଅବକାରୀ ବିଭାଗ

ମୟୂରଭଞ୍ଜ ଜିଲ୍ଲାର ଅବକାରୀ ବିଭାଗର ଆରକ୍ଷୀ ଅଧିକ୍ଷକ ପୁରୁଷୋତ୍ତମ ଧାରୁଆଙ୍କ ନିର୍ଦ୍ଦେଶକ୍ରମେ ଗୋରୁମହିଷାଣୀ ଥାନା ଅଧୀନରେ ଥିବା ଜାମପାଣି ଗ୍ରାମ ଓ କୁଲଡ଼ିହା ଗାଁରେ ଚଢ଼ାଉ କରାଯାଇଛି। ରାଇରଙ୍ଗପୁର ଅବକାରୀ ବିଭାଗର ଭାରପ୍ରାପ୍ତ ଅଧିକାରୀ ହରିହର ସିଂ ସଦଳବଳେ ଚଢ଼ାଉ କରି ବ୍ୟାପକ ପରିମାଣର ମଦରନ୍ଧା ସରଞ୍ଜାମ ଜବତ କରିବା ସହ ୧୦୦ ଲିଟର ଦେଶୀ ମଦ ଜବତ କରିଛନ୍ତି ।

ଏଥି ସହିତ ଦୁଇଟି ସ୍ଥାନରେ ମୋଟ୍ ୩୦୦୦ କିଲୋଗ୍ରାମ ମୋହୁଲ ପଚ ମଧ୍ୟ ନଷ୍ଟ କରାଯାଇ ଥିବାବେଳେ ଚୋରାରେ ମଦ ପ୍ରସ୍ତୁତ କରୁଥିବା ମଦ ମାଫିଆମାନେ ଫେରାର ହୋଇ ଯାଇଥିବା ସୂଚନା ମିଳିଛି।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ABOUT THE AUTHOR

...view details