ଓଡିଶା

odisha

ETV Bharat / state

ଅବକାରୀ ଚଢାଉ, ବ୍ୟାପକ ବିଦେଶୀ ମଦ ଜବତ - ବିଦେଶୀ ମଦ ଜବତ

ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅଞ୍ଚଳରେ ଅବକାରୀ ବିଭାଗର ଚଢାଉ । ବ୍ୟାପକ ବିଦେଶୀ ମଦ ଜବତ ହେବା ସହ ଦୁଇ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ଅଧିକ ଖବର ପଢନ୍ତୁ...

ଫଟୋ ସୌଜନ୍ୟ- ପ୍ରତିନିଧି, ରାଇରଙ୍ଗପୁର

By

Published : Nov 23, 2019, 2:33 AM IST

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅଞ୍ଚଳରେ ଶୁକ୍ରବାର କରଞ୍ଜିଆ, ଠାକୁରମୁଣ୍ଡା ଏବଂ କଟକରୁ ଆସିଥିବା ଫ୍ଲାଇଂ ସ୍କ୍ବାଡ ଟିମ ବିଭିନ୍ନ ହୋଟେଲ, ପାନ, ଜଳଖିଆ ଦୋକାନରେ ଅତର୍କିତ ଚଢାଉ କରିଥିଲେ ।

ଏହି ଚଢାଉ ବେଳେ ବ୍ୟାପକ ବିଦେଶୀ ମଦ ଜବତ ହେବା ସହ ଦୁଇ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ଜବତ ବିଦେଶୀ ମଦର ଆନୂମାନିକ ମୁଲ୍ୟ ୧ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ହେବ ବୋଲି ଅନୁମାନ କରାଯାଉଛି ।

ଭିଡିଓ ସୌଜନ୍ୟ- ପ୍ରତିନିଧି, ରାଇରଙ୍ଗପୁର

ତେବେ ସ୍ଥାନୀୟ ଅଞ୍ଚଳରେ ଦିନକୁ ଦିନ ଖୁଲମଖୁଲା ବ୍ୟାପକ ଚୋରା ମଦ କାରବାର ହେଉଥିବା ଅଭିଯୋଗ ପାଇ ଶୁକ୍ରବାର କଟକର ସ୍ବତନ୍ତ୍ର ସ୍କ୍ବାଡ ଏବଂ ଅବକାରୀ ବିଭାଗର ମିଳିତ ଚଡାଉ ଯୋଗୁଁ ବ୍ୟାପକ ଚୋରା ମଦ ଜବତ ସହ ଦୁଇ ଜଣକୁ କାବୁ କରିବାରେ ସଫଳ ହୋଇଛି ଅବକାରୀ ବିଭାଗ ।

ଏପରି ବ୍ୟାପକ ନିଶା କାରବାର ଯୋଗୁଁ ପ୍ରତ୍ୟେକ ଦିନ ଛୋଟବଡ ଦୁର୍ଘଟଣା ସହିତ ଚୋରି ଡକାୟତି ମଧ୍ୟ ବ୍ୟାପକ ବଢ଼ୁଥିବାରୁ ଏହି ଚଢ଼ାଉକୁ ସ୍ବାଗତ କରିଛନ୍ତି ଅଞ୍ଚଳବାସୀ । ଏବେ ଏହି ଚଢ଼ାଉ ପରେ ଅବକାରୀ ବିଭାଗକୁ କେତେ ସଫଳତା ମିଳିପାରୁଛି ନା ପୂର୍ବଭଳି ଖୁଲମଖୁଲା ମଦ ବେପାର ଚାଲୁଛି ତାହା ଦେଖିବା ପାଇଁ ବାକି ରହିଲା ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ABOUT THE AUTHOR

...view details