ଓଡିଶା

odisha

ETV Bharat / state

ମୟୂରଭଞ୍ଜରେ ଆତଙ୍କ ଖେଳାଉଛନ୍ତି ଝାଡଖଣ୍ଡୀ ହାତୀପଲ

ମୟୂରଭଞ୍ଜରେ ଦିନକୁ ଦିନ ବଢିବାରେ ଲାଗିଛି ହାତୀ ଉପଦ୍ରବ । ମୋରଡ଼ା ବ୍ଲକ ଅଞ୍ଚଳକୁ ପ୍ରବେଶ କରିଛନ୍ତି ୨୦ରୁ ଅଧିକ ହାତୀ । ଅଧିକ ପଢନ୍ତୁ...

Elephants are playing terror, more than 20 Jharkhand elephants have entered Mayurbhanj
ଆତଙ୍କ ଖେଳାଉଛି ହାତୀପଲ,ମୟୁରଭଞ୍ଜରେ ପଶିଲେ ଝାରଖଣ୍ଡି ହାତୀ

By

Published : Dec 9, 2020, 6:03 PM IST

ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ଦିନକୁ ଦିନ ବଢିବାରେ ଲାଗିଛି ହାତୀ ଉପଦ୍ରବ। ରାସଗୋବିନ୍ଦପୁର ରେଞ୍ଜ ଭାତଛତର ଜଙ୍ଗଲ ହୋଇ ମୋରଡ଼ା ବ୍ଲକ ଅଞ୍ଚଳକୁ ପ୍ରବେଶ କରିଛନ୍ତି ୨୦ରୁ ଅଧିକ ହାତୀ । ଜିଲ୍ଲାରେ ହାତୀ ଉପଦ୍ରବ ଥମିବାର ନାମଧରୁ ନଥିବା ବେଳେ ପ୍ରାୟ ଏକ ସପ୍ତାହ ତଳେ ପଶ୍ଚିମବଙ୍ଗ ଦେଇ ଫେରି ଯାଇଥିଲେ ଝାଡ଼ଖଣ୍ଡୀ ହାତୀ ପଲ। ଗୋଟିଏ ସପ୍ତାହ ପରେ ପୁଣି ୨୦ ରୁ ଅଧିକ ହାତୀ ଫେରିବା ପରେ ଲୋକଙ୍କ ନିଦ ହଜିଛି।

ଆତଙ୍କ ଖେଳାଉଛି ହାତୀପଲ,ମୟୁରଭଞ୍ଜରେ ପଶିଲେ ଝାରଖଣ୍ଡି ହାତୀ

ମଙ୍ଗଳବାର ବିଳମ୍ବିତ ରାତିରେ ହାତୀ ପଲ ମୋରଡ଼ା ବ୍ଲକ ଭାତଛତର ଜଙ୍ଗଲ ଦେଇ ପ୍ରବେଶ କରିଥିବା ଜଣାପଡିଛି । ଫୁଲଝରୀ, ରୁକୁଣୀ, ପଟାକୁଣ୍ଡିଆ, ଚିତ୍ରଡା,ହଲଦୀପାଳ ଗାଁ ଦେଇ ଅସ୍ତିଆ ହାଣ୍ଡିଆ ଭାଟି ନିକଟରେ ରାଜ୍ୟ ରାଜପଥ ପାରି ହୋଇଥିଲେ। ତେବେ,ହାତୀପଲ ଏବେ ବେତନଟୀ ରେଞ୍ଜ ମୋରଡ଼ା ବ୍ଲକ ଅସନବଣି ଜଙ୍ଗଲରେ ଥିବା ଜଣାପଡ଼ିଛି।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details