ଓଡିଶା

odisha

ETV Bharat / state

ମୟୂରଭଞ୍ଜରେ ଥମିବାର ନାଁ ଧରୁନି ହାତୀ ମଣିଷ ଲଢେ଼ଇ, ନିରବ ପ୍ରଶାସନ - ହାତୀ ମଣିଷ ଲଢେ଼ଇ

ମୟୂରଭଞ୍ଜ ଜିଲ୍ଲାର ଅନେକ ଅଞ୍ଚଳରେ ବୃଦ୍ଧି ପାଉଛି ହାତୀ ମଣିଷ ଲଢେଇ । ଏଥିରେ ଅନେକ ଜୀବନ ନଷ୍ଟ ହେଉଥିବାବେଳେ ଚୁପ ବସିଛି ପ୍ରଶାସନ । ଅଧିକ ପଢନ୍ତୁ...

elephant
ମୟୂରଭଞ୍ଜରେ ଥମିବାର ନା ଧରୁନି ହାତୀ ମଣିଷ ଲଢେ଼ଇ

By

Published : Dec 30, 2019, 2:58 PM IST

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲାରେ ଦିନକୁ ଦିନ ବଢ଼ିବାରେ ଲାଗିଛି ହାତୀ ମଣିଷ ଲଢେଇ । ଗତ 3 ବର୍ଷ ମଧ୍ୟରେ ହାତୀ ଆକ୍ରମଣରେ 8 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 10ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି । ସେହିପରି 100ରୁ ଅଧିକ ଘର ଭାଙ୍ଗିଥିବା ବେଳେ ଶହଶହ ଏକର ଧାନ ଫସଲ ମଧ୍ୟ ନଷ୍ଟ କରିଛନ୍ତି ହାତୀପଲ । ହେଲେ ସେତିକରେ ମଧ୍ୟ ଲୋକେ ସଚେତନ ହେଉ ନଥିବାରୁ ବର୍ତ୍ତମାନ ହାତୀ ମଣିଷ ଲଢେଇ ଆହୁରି ଜୋରଦାରେ ହେବାରେ ଲାଗିଛି । ଏହି ଭୟଙ୍କର ଦୃଶ୍ୟ ଏବେ ଭାଇରାଲ ହେବାରେ ଲାଗିଛି ।

ମୟୂରଭଞ୍ଜରେ ଥମିବାର ନା ଧରୁନି ହାତୀ ମଣିଷ ଲଢେ଼ଇ

ଗତ କିଛି ଦିନ ତଳେ କରଞ୍ଜିଆ ବନଖଣ୍ଡ ଦୁଧିଆଣି ରେଞ୍ଜ ତୋଟା ସାହିରେ କିଛି ଯୁବକ ଗୋଟିଏ ଦନ୍ତାହାତୀକୁ ଚାବୁକରେ ବାରମ୍ବାର ପିଟୁଥିବା ଦୃଶ୍ୟ ଯେତିକି ଭୟଙ୍କର ଥିଲା ତାଠାରୁ ବେଶୀ ଭୟଙ୍କର ଦୃଶ୍ୟ ଦେଖିବାକୁ ମିଳିଛି ଉଦଳା ରେଞ୍ଜ ଦାମସାହିରେ । ଜଣେ ଜନୈକ ଯୁବକ ହାତୀ ନିକଟରେ ସେଲ୍ଫି ନେବା ବେଳେ ହାତୀ ଆକ୍ରମଣର କିପରି ଶିକାର ହେଉଛନ୍ତି ତାର ଭୟଙ୍କର ଚିତ୍ର ଏବେ ଭାଇରାଲ ହୋଇଛି । ବାରମ୍ବାର ଯୁବକକୁ ଶୁଣ୍ଢ ଦ୍ବାରା ଆକ୍ରମଣ କରୁଥିବା ବେଳେ ଯୁବକ ଜଣକ ଜୀବନ ବଞ୍ଚାଇବା ପାଇଁ ମଧ୍ୟ ଦୌଡିବା ସମୟରେ ଝୁଣ୍ଟି ପଡିବାର ଭୟଙ୍କର ଦୃଶ୍ୟ ସାମ୍ନାକୁ ଆସିଛି ।

ସେହିପରି କରଞ୍ଜିଆ ରେଞ୍ଜ ଅନ୍ତର୍ଗତ ଘରମାବେଡା ଜଙ୍ଗଲ ନିକଟରେ ମଧ୍ୟ ଆଉ ଗୋଟିଏ ସେହିପରି ଦୃଶ୍ୟ ସାମ୍ନାକୁ ଆସିଛି । ଉକ୍ତ ଜଙ୍ଗଲରୁ ଏକ ଦନ୍ତା ଦିନ ୨ଟାରୁ ବାହାରି ଆସିବାରୁ ଲୋକେ ତା' ପଛରେ ଦୌଡି ଘଉଡାଇବା ସହିତ ଜଣେ ବ୍ୟକ୍ତି ହାତୀଟିକୁ ଏକ ବାଡ଼ି ସାହାଯ୍ୟରେ ପିଟୁଥିବା ଥିବାବେକୁ ମିଳିଛି । ଏହି ସମୟରେ ହାତୀଟି ମଧ୍ୟ ପ୍ରତି ଆକ୍ରମଣ କରିଛି । ଯାହାର ଦୃଶ୍ୟ ବେଶ ଭୟଙ୍କର । ବ୍ୟକ୍ତି ଜଣକ ଏକ କଲଭର୍ଟ ତଳେ ଲୁଚି ଯିବା ଫଳରେ ନିଶ୍ଚିତ ମୃତ୍ୟୁ ମୁଖରୁ ରକ୍ଷା ପାଇଛନ୍ତି ।

ତେବେ ଏତେ ସବୁ ଘଟଣା ଏବେ ସାମ୍ନାକୁ ଆସୁଥିବା ବେଳେ ବନ ବିଭାଗ ପକ୍ଷରୁ ନା ସଚେତନତା ସୃଷ୍ଟି କରାଯାଉଛି ନା ଏପରି ଦୁଃସାହସିକ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି । ଓଲଟା ନିଜର ଦୋଷ ଦୁର୍ବଳତାକୁ ଲୁଚାଇବାକୁ ଚେଷ୍ଟା କରୁଛି ବନ ବିଭାଗ । ତେବେ ଏଇ ହାତୀ ମଣିଷ ଲଢେଇ ଆଗକୁ ଦୂର ହେଉଛି ନା ଏଇ ଲଢେଇରେ ମଣିଷ ତାର ବହୁ ମୁଲ୍ୟ ଜୀବନ ହାରୁଛି ତାହା ଦେଖିବା ପାଇଁ ବାକି ରହିଲା ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ABOUT THE AUTHOR

...view details