ଓଡିଶା

odisha

ETV Bharat / state

ମାତିଛନ୍ତି ହାତୀ, ଆତଙ୍କିତ ଗ୍ରାମବାସୀ

ହାତୀଙ୍କ ଉପଦ୍ରବ ଜିଲ୍ଲାରେ ଖେଲାଇଛି ଆତଙ୍କ । ପୁନର୍ବାର ମୟୂରଭଞ୍ଜକୁ ଫେରିଛନ୍ତି 22 ଜଣିଆ ହାତୀ ପଲ । ଏପଟେ ବ୍ୟାପକ ଫସଲ ମଧ୍ୟ କରିଛନ୍ତି ନଷ୍ଟ ।

By

Published : Sep 4, 2019, 12:03 AM IST

ଫଟୋ ସୌଜନ୍ୟ: ପ୍ରତିନିଧି,ରାଇରଙ୍ଗପୁର

ରାଇରଙ୍ଗପୁର: ପୁନର୍ବାର ଫେରିଲେ ୨୨ ଟିକିଆ ଝାଡଖଣ୍ଡି ହାତୀପଲ । ମୟୁରଭଞ୍ଜ ଜିଲ୍ଲାର କରଞ୍ଜିଆ ବନଖଣ୍ଡରେ ଥମିବାର ନାଁ ଧରୁନି ହାତୀ ଆତଙ୍କ । ହାତୀଙ୍କ ଉପଦ୍ରବ ଦେଖି ସ୍ଥାନୀୟ ଲୋକଙ୍କ ମନରେ ଖେଳିଯାଇଛି ଭୟର ବାତାବରଣ ।

ବାଇଶି ଟିକିଆ ହାତୀପଲ କରଞ୍ଜିଆ ବନଖଣ୍ଡ ସାରାଙ୍ଗଗଡ ସଂରକ୍ଷିତ ଜଙ୍ଗଲରୁ ବାହାରି ବଡସରେଇ, ଚାନ୍ଦୁସାହି, ମେଘୁଆପାଳ, ମଦରଙ୍ଗାଯୋଡି, ସାନବଡପୋଷି ଓ ହାତିତାଣ୍ଡି ଗ୍ରାମରେ ପଶି ବ୍ୟାପକ ଫସଲ ନଷ୍ଟ କରିବା ସହିତ ମେଦୁଆପାଳ ଗ୍ରାମରେ ଦୁଇଟି ଘର ଭାଙ୍ଗି ଥିବା ସୂଚନା ମିଳିଛି । ତେବେ ହାତୀପଲ ସାନବଡପୋଷି ସଂରକ୍ଷିତ ଜଙ୍ଗଲରୁ ବାହାରି ହାତିତାଣ୍ଡି ଗ୍ରାମରେ ଏକର ଏକର ଜମିରେ ବ୍ୟାପକ ଫସଲ କ୍ଷୟକ୍ଷତି କରିବା ସହିତ ସିଙ୍ଗଡ଼ା-କରଞ୍ଜିଆ ୫୩ ନଂ ଜାତୀୟ ରାଜପଥ ଦେଇ ସରାସପୋଷି ସଂରକ୍ଷିତ ଜଙ୍ଗଲକୁ ପଳେଇ ଯାଇଥିଲେ।

ଭିଡ଼ିଓ ସୌଜନ୍ୟ: ପ୍ରତିନିଧି,ରାଇରଙ୍ଗପୁର

ହାତୀ ପଲରେ 22 ଟି ହାତୀ ରହିଥିବା ବେଳେ ବନବିଭାଗର ହାତୀ ଘଉଡାଇବାରେ ବିଫଳତା ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଛି । ଏତେ ସବୁ ଘଟଣା ପରେ ମଧ୍ୟ ବନବିଭାଗ ହାତୀ ଘଉଡାଇବା ପାଇଁ କୌଣସି ପ୍ରୟାସ ନ କରିବା ଘଟଣା ଏବେ ଲୋକଙ୍କ ମନରେ ଅଶାନ୍ତି ସୃଷ୍ଟି କରିବାରେ ଲାଗିଛି । ହାତୀ ଆକ୍ରମଣ କରିବା ଭୟରେ ଲୋକେ ସନ୍ଧ୍ୟା ପରେ ନିରାପଦ ସ୍ଥାନକୁ ଯାଇ ଆଶ୍ରୟ ନେଉଥିବା ପରି ଅଭାବନୀୟ ଘଟଣା ଦିନକୁ ଦିନ ବଢ଼ିବାରେ ଲାଗିଥିଲେ ମଧ୍ୟ ବନବିଭାଗ କୁମ୍ଭକର୍ଣ୍ଣ ନିଦ୍ରାରେ । ତେବେ ହାତୀ ଉପଦ୍ରବ ରୁ ଉପଖଣ୍ଡବାସୀଙ୍କୁ କେବେ ତ୍ରାହି ମିଳୁଛି ତାହା କେବଳ ଦେଖିବାକୁ ରହିଲା ବାକି।

ରାଇରଙ୍ଗପୁରରୁ ସଞ୍ଜୟ ପରିଡ଼ା, ଇଟିଭି ଭାରତ

ABOUT THE AUTHOR

...view details