ଓଡିଶା

odisha

ETV Bharat / state

ଛୁଆ ପାଇଁ ରାତିସାରା ମାତିଲେ ହାତୀପଲ, ଓଲଟାଇ ଦେଲେ ବନବିଭାଗ ଗାଡି

ଗର୍ଜିଲେ-ଡରାଇଲେ-ଭାଙ୍ଗିଲେ । ଏକ ଛୁଆ ହାତୀ କୂଅ ଭିତରେ ପଡିଯିବା ପରେ ଅନେକ ଘର ଭାଙ୍ଗିବା ସହ ବନ ବିଭାଗର ଗାଡିକୁ ରାସ୍ତାତଳକୁ ଖସାଇଦେଲେ ହାତୀପଲ । ମୟୂରଭଞ୍ଜ ଚାକୁଣ୍ଡାପଦା ଗ୍ରାମରେ ଦେଖିବାକୁ ମିଳିଛି ହାତୀଙ୍କ ଏପରି କାଣ୍ଡ । ଅଧିକ ପଢନ୍ତୁ

କୂଅ ଭିତରେ ଛୁଆ ହାତୀ , ରାତିସାରା ତାଣ୍ଡବ କଲେ ହାତୀପଲ
କୂଅ ଭିତରେ ଛୁଆ ହାତୀ , ରାତିସାରା ତାଣ୍ଡବ କଲେ ହାତୀପଲ

By

Published : Jan 9, 2022, 10:56 AM IST

Updated : Jan 9, 2022, 12:09 PM IST

ବାରିପଦା: ଗର୍ଜିଲେ-ଡରାଇଲେ-ଭାଙ୍ଗିଲେ । ଏକ ଛୁଆ ହାତୀ କୂଅ ଭିତରେ ପଡିଯିବା ପରେ ଅନେକ ଘର ଭାଙ୍ଗିବା ସହ ବନ ବିଭାଗରେ ଗାଡିକୁ ରାସ୍ତାତଳକୁ ଖସାଇଦେଲେ ହାତୀପଲ । ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ମୋରଡ଼ା ବ୍ଲକ ରାସଗୋବିନ୍ଦପୁର ରେଞ୍ଜ ଅଧିନ ଚାକୁଣ୍ଡାପଦା ଗ୍ରାମରେ । ଏକ ହାତୀ ଛୁଆ କୂଅ ଭିତରେ ପଡିଯିବାପରେ ଏପରି ଦୌରାତ୍ମ୍ୟ ଆରମ୍ଭ କରିଦେଇଛନ୍ତି ହାତୀପଲ ।

ଛୁଆ ହାତୀ ପାଇଁ ରାତିସାରା ମାତିଲେ ହାତୀପଲ, ଓଲଟାଇ ଦେଲେ ବନବିଭାଗ ଗାଡି

ସୂଚନା ଅନୁଯାୟୀ ଗତ କିଛିଦିନ ଧରି ଉକ୍ତ ଅଞ୍ଚଳରେ ଏକ ୧୫ ଟିକିଆ ହାତୀପଲ ବିଚରଣ କରୁଥିବା ବେଳେ ଗତକାଲି ସନ୍ଧ୍ୟାରେ ଖାଦ୍ୟ ଅନ୍ୱେଷଣରେ ଚାକୁଣ୍ଡାପଦା ଗାଁରେ ପ୍ରବେଶ କରିଥିଲେ । ଏହି ସମୟରେ ଭୁଟା ପାତ୍ରଙ୍କ ଘର ନିକଟରେ ଥିବା ଏକ କୂଅରେ ହାତୀଛୁଆ ପଡିଯାଇଥିଲା । ଏନେଇ ଖବର ପାଇଁ ଘଟଣାସ୍ଥଳରେ ବନବିଭାଗ, ଅଗ୍ନିଶମ ବିଭାଗର ବାରିପଦା ଏବଂ ବେତନଟୀ ରୁ ଆସିଥିବା ଦୁଇଟି ଟିମ ପହଞ୍ଚି ଥିଲେ ମଧ୍ୟ ଛୁଆ ହାତୀଟିକୁ ଉଦ୍ଧାର କରିବାରେ ସଫଳ ହୋଇନାହାନ୍ତି ।

କାହିଁକି ନା ହାତୀପଲ କୂଅ ନିକଟକୁ କାହାରିକୁ ଆସିବାକୁ ଦେଉନଥିବା ବେଳେ ଗ୍ରାମର ଭୁଟା ପାତ୍ରଙ୍କ ଘର ସମେତ ଲକ୍ଷ୍ମଣ ମହାନ୍ତ, କାମେଶ୍ୱର ମହାନ୍ତ, ଦଶରଥ ମହାନ୍ତ, ନୀଳକଣ୍ଠ ପାତ୍ର, ଜନନୀ ପାତ୍ର ଏବଂ ବୈକୁଣ୍ଠ ପାତ୍ରଙ୍କ ଘର ଭାଙ୍ଗିବା ସହିତ ବ୍ୟାପକ କ୍ଷୟକ୍ଷତି ଘଟାଇଛନ୍ତି ।

ଏପଟେ ହାତୀପଲ ଉଦ୍ଧାର କରିବାକୁ ଯାଉଥିବା ବନବିଭାଗକୁ ଗୋଡ଼ାଇବା ସହିତ ବନବିଭାଗର ଗାଡିକୁ ଆକ୍ରମଣ କରି ରାସ୍ତା ତଳକୁ ଖସାଇ ଦେଇଛନ୍ତି ହାତୀପଲ । ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାବେଳେ ହାତୀଛୁଆକୁ ଉଦ୍ଧାର ପାଇଁ ବନବିଭାଗ ଏବଂ ଅଗ୍ନିଶମ ବିଭାଗ ସମେତ ସମସ୍ତ ଗ୍ରାମବାସୀ ଉପସ୍ଥିତ ରହିଥିଲେ ସୁଦ୍ଧା କୌଣସି ପ୍ରକାରେ ହାତୀଛୁଆକୁ କୂଅ ଭିତରୁ ଉଦ୍ଧାର କରାଯାଇପାରିନାହିଁ ।

ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Last Updated : Jan 9, 2022, 12:09 PM IST

ABOUT THE AUTHOR

...view details