ଓଡିଶା

odisha

ETV Bharat / state

ପୁଣି ଫେରିଲେ ହାତୀପଲ: ଉପଦ୍ରବ ଜାରି, ସ୍ଥାନୀୟ ଲୋକେ ଆତଙ୍କିତ

କରଞ୍ଜିଆ ବନଖଣ୍ଡରେ ଦୀର୍ଘ ଦିନ ବ୍ୟବଧାନ ପରେ ପୁଣି ଫେରିଲେ ହାତୀପଲ । ହାତୀ ଉପଦ୍ରବରେ ସ୍ଥାନୀୟ ଲୋକେ ଆତଙ୍କିତ । ୩ଟି ଘର ଭାଙ୍ଗିବା ସହିତ ବ୍ୟାପକ ଧାନଫସଲ ଖାଇ ନଷ୍ଟ କରିଛନ୍ତି ହାତୀପଲ । ଅଧିକ ପଢନ୍ତୁ

By

Published : Dec 28, 2021, 9:34 PM IST

ପୁଣି ଫେରିଲେ ହାତୀପଲ: ଉପଦ୍ରବ ଜାରି, ସ୍ଥାନୀୟ ଲୋକେ ଆତଙ୍କିତ
ପୁଣି ଫେରିଲେ ହାତୀପଲ: ଉପଦ୍ରବ ଜାରି, ସ୍ଥାନୀୟ ଲୋକେ ଆତଙ୍କିତ

ରାଇରଙ୍ଗପୁର: ଦୀର୍ଘ ଦିନ ବ୍ୟବଧାନ ପରେ ପୁଣି ଫେରିଲେ ହାତୀପଲ । ଉପଦ୍ରବ ଜାରି, ସ୍ଥାନୀୟ ଲୋକେ ଆତଙ୍କିତ । ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ଘାଘରବେଡା ସେକ୍ସନର ଠୁଲିଆ ସାହିରେ ୩ଟି ଘର ଭାଙ୍ଗିବା ସହିତ ବ୍ୟାପକ ଧାନଫସଲ ଖାଇ ନଷ୍ଟ କରିଛନ୍ତି ହାତୀପଲ। ଏକ ସପ୍ତାହ ବ୍ୟବଧାନରେ ପୁଣି ୨୬ ଟିକିଆ ହାତୀପଲ ଝାଡ଼ଖଣ୍ଡରୁ ପଳେଇ ଆସି କରଞ୍ଜିଆ ବନଖଣ୍ଡ ଅଧିନସ୍ଥ ଅଞ୍ଚଳରେ ଉପଦ୍ରବ ଜାରି ରଖିଥିବା ସୂଚନା ମିଳିଛି ।

ପୁଣି ଫେରିଲେ ହାତୀପଲ: ଉପଦ୍ରବ ଜାରି, ସ୍ଥାନୀୟ ଲୋକେ ଆତଙ୍କିତ

ଗତକାଲି ବିଳମ୍ବିତ ରାତିରେ ଚାରୋଟି ଘର ଭାଙ୍ଗିବା ସହିତ ବ୍ୟାପକ ଧାନ ଫସଲ ଖାଇବା ସହିତ ଦଳିଚକଟି ନଷ୍ଟ କରିଛନ୍ତି । ତେବେ ଏହି ୨୬ ଟିକିଆ ଝାଡ଼ଖଣ୍ଡି ହାତୀପଲ ଫୁଲକମ୍ବ ଗ୍ରାମ ନିକଟସ୍ଥ ଜଙ୍ଗଲରେ ରହିଥିବା ବନବିଭାଗ ପକ୍ଷରୁ ସୂଚନା ମିଳିଛି। ସେହିପରି ଦୁଧିଆଣି ରେଞ୍ଜ ଅନ୍ତର୍ଗତ ହାତୀମୁଣ୍ଡି ଅଞ୍ଚଳରେ ୩ ଟି ହାତୀ ଓ ଠାକୁରମୁଣ୍ଡା ରେଞ୍ଜ ଅନ୍ତର୍ଗତ ବୋରିଂ ଅଞ୍ଚଳରେ ୮ ଟି ହାତୀ ଥିବାବେଳେ ମୋଟ କରଞ୍ଜିଆ ବନଖଣ୍ଡର ପୃଥକ ପୃଥକ ସ୍ଥାନରେ ୩୭ ଟି ହାତୀ ଥିବା ଜଣାପଡିଛି । ଠାକୁରମୁଣ୍ଡା ରେଞ୍ଜ ଅନ୍ତର୍ଗତ ତାଳପଦା ଗ୍ରାମର ରମେଶ ନାଏକ ଓ ଟିକରପଡା ଗ୍ରାମର ଦିଲ୍ଲୀପ ଟାଙ୍ଗୁଣିଆଙ୍କ ଘରେ ଥିବା ଧାନ ଚାଉଳ ଖାଇଯିବା ସହିତ ଘରର କବାଟ ଭାଙ୍ଗି ଦେଇଛନ୍ତି ହାତୀପଲ। ସେପଟେ ହାତୀ ପଲଙ୍କୁ ଘଉଡ଼ାଇବାକୁ ବନବିଭାଗ ଉଦ୍ୟମ ଜାରି ରଖିଥିବା ବେଳେ ହାତୀ ଭୟରେ ସ୍ଥାନୀୟ ଲୋକେ ଏବେ ଆତଙ୍କିତ ଅବସ୍ଥାରେ ରହୁଛନ୍ତି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ABOUT THE AUTHOR

...view details