ଓଡିଶା

odisha

ETV Bharat / state

କପ୍ତିପଦାରୁ ମାଇହାତୀ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

ରବିବାର ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ରେଞ୍ଜ ଅଧୀନ କଳମଗଡିଆ ପଞ୍ଚାୟତ ପୁଙ୍ଗିଆ ଜଙ୍ଗଲରୁ ଏକ ମାଈହାତୀ ମୃତଦେହ ଠାବ ହୋଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୁରଭଞ୍ଜ

By

Published : Jun 9, 2019, 6:36 PM IST

ମୟୁରଭଞ୍ଜ: ଦିନକୁ ଦିନ ହାତୀ ମୃତ୍ୟୁହାର ବଢିବା ସତ୍ତ୍ବେ ମଧ୍ୟ ଚେତୁ ନାହାଁନ୍ତି ରାଜ୍ୟ ସରକାର । ବାରମ୍ବାର ହାତୀମୃତ୍ୟୁ ଘଟଣା ସାମ୍ନାକୁ ଆସୁଛି । ସଙ୍କଟରେ ପଡ଼ିଛନ୍ତି ଗଜରାଜ । ରବିବାର ପୁଣି ଏକ ଏଭଳି ଘଟଣା ଘଟିଛି। ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ରେଞ୍ଜ ଅଧୀନ କଳମଗଡିଆ ପଞ୍ଚାୟତ ପୁଙ୍ଗିଆ ଜଙ୍ଗଲରୁ ଏକ ମାଈହାତୀ ମୃତଦେହ ଠାବ ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୁରଭଞ୍ଜ


ରବିବାର ସ୍ଥାନୀୟ ଲୋକେ ଜଙ୍ଗଲକୁ ଯାଇଥିବା ବେଳେ ସେଠାରେ ମାଈହାତୀର ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ । ପରେ ଏ ନେଇ କପ୍ତିପଦା ବନବିଭାଗକୁ ଖବର ଦେବା ପରେ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଠାବ କରିବା ସହିତ ବ୍ୟବଚ୍ଛେଦ କରିଛି । ହାତୀର ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ବନବିଭାଗ କହିଛି ।

ମୃତ ମାଈହାତୀର ବୟସ 11 ବର୍ଷ ହୋଇଥିବା ଜଣାପଡିଛି । ମୃତ ହାତୀଟି ଏକ ହାତୀପଲରେ ରହିଥିବା ବେଳେ ତାର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ବନବିଭାଗ ସୂଚନା ଅନୁସାରେ ଉକ୍ତ ଜଙ୍ଗଲରେ 12ଟି ହାତୀପଲ ରହିଛନ୍ତି ।

ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details