ମୟୁରଭଞ୍ଜ : ଜିଲ୍ଲାରେ ବଢୁଛି ହାତୀ ଉପଦ୍ରବ । ଗତକାଲି(ବୁଧବାର) ହାତୀ ଜଣଙ୍କୁ ମାରିଥିବାବେଳେ ଆଜି(ଗୁରୁବାର) ପୁଣି ଜଣେ ବୃଦ୍ଧଙ୍କୁ ଦଳି ଦେଇଛି ହାତୀ ।
ଜମିରେ ଦଳିଦେଲା ହାତୀ, ବୃଦ୍ଧ ମୃତ - ବଢୁଛି ହାତୀ ଉପଦ୍ରବ
ଜମିରେ ଦଳିଦେଲା ହାତୀ । ବୃଦ୍ଧ ମୃତ । ଏପରି ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଯୋକା ପଞ୍ଚାୟତ ଭୂଲବଣି ଗ୍ରାମରେ । ବିଲରେ ବୃଦ୍ଧ ଦାଗଦୁ ମୁର୍ମୁ କାମ କରୁଥିବାବେଳେ ତାଙ୍କୁ ହାତୀ ପଲ ଦଳିଦେଇଥିବା ଜଣାପଡିଛି ।
ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ
ଗତକାଲି କରଞ୍ଜିଆ ବନଖଣ୍ଡରେ ହାତୀ ଆକ୍ରମଣ କରିଥିବାବେଳେ ଆଜି ସାରସକଣା ବ୍ଲକ ଯୋକା ପଞ୍ଚାୟତ ଭୂଲବଣି ଗ୍ରାମର ବୃଦ୍ଧ ଦାଗଦୁ ମୁର୍ମୁଙ୍କୁ ଦଳିଦେଇଛି ହାତୀ । ସେ ନିଜ ଜମିରେ ଚାଷ କରୁଥିବା ବେଳେ ହାତୀପଲ ତାଙ୍କୁ ଦଳି ଦେଇଥିବା ଜଣାପଡିଛି । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ସୂଚନା ପାଇବା ପରେ ବନବିଭାଗ ଓ ଝାରପୋଖରିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଏପଟେ କ୍ଷତିପୂରଣ ଦାବିରେ ଗ୍ରାମରେ ଉତ୍ତେଜନା ଦେଖାଦେଇଛି ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ