ଓଡିଶା

odisha

ETV Bharat / state

ହାତୀ ଆକ୍ରମଣରେ ଯୁବକ ଗୁରୁତର

ମୟୂରଭଞ୍ଜ ଜିଲ୍ଲାରେ ଥମିବାର ନା ଧରୁନି ହାତୀ ଆତଙ୍କ । ପିଙ୍ଗୁ ଗ୍ରାମ ଭାଲୁଗୋଡା ସାହିର ବୁଦ୍ଧଦେବ କୁଣ୍ଡୁଆ ନାମକ ଜଣେ ଯୁବକ ସୋମବାର ବିଲରୁ ଧାନକାଟିବାକୁ ଯାଇ ହାତୀ ହାବୁଡ଼ରେ ପଡିଯାଇ ଗୁରୁତର ଆହତ ହୋଇଛନ୍ତି । ଅଧିକ ପଢନ୍ତୁ...

By

Published : Nov 26, 2019, 5:34 AM IST

ହାତୀ ଆକ୍ରମଣରେ ଯୁବକ ଗୁରୁତର
ହାତୀ ଆକ୍ରମଣରେ ଯୁବକ ଗୁରୁତର

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲାରେ ଥମିବାର ନା ଧରୁନି ହାତୀ ଆତଙ୍କ । କେତେ ବେଳେ ମଣିଷ ହାତୀକୁ ଚାବୁକରେ ପିଟୁଛି ତ କେତେବେଳେ ହାତୀ ମଣିଷକୁ ଗୋଡ଼ାଇ ଗୋଡ଼ାଇ ମାରୁଛି ।ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କରଞ୍ଜିଆ ବନଖଣ୍ଡ ସାରଙ୍ଗଗଡ ଗ୍ରାମପଞ୍ଚାୟତ ଅଧିନ ପିଙ୍ଗୁ ଗ୍ରାମରେ ।

ହାତୀ ଆକ୍ରମଣରେ ଯୁବକ ଗୁରୁତର

ପିଙ୍ଗୁ ଗ୍ରାମ ଭାଲୁଗୋଡା ସାହିର ବୁଦ୍ଧଦେବ କୁଣ୍ଡୁଆ ନାମକ ଜଣେ ଯୁବକ ସୋମବାର ବିଲରୁ ଧାନକାଟିବାକୁ ଯାଇ ହାତୀ ହାବୁଡ଼ରେ ପଡିଯାଇ ଗୁରୁତର ଆହତ ହୋଇଛନ୍ତି । ଗତ ତିନି ହେବ କରଞ୍ଜିଆ ବନଖଣ୍ଡ ଅଞ୍ଚଳରେ ହାତୀ ପୋଲ ବ୍ୟାପକ କ୍ଷୟକ୍ଷତି କରୁଥିବା ବେଳେ ଦିନ ସମୟରେ ଜଙ୍ଗଲରୁ ବାହାରି ବ୍ୟାପକ କ୍ଷୟକ୍ଷତି କରୁଛନ୍ତି ।

ତେବେ ଅନୁରୂପ ଭାବେ ବିଲ ଆଡକୁ ହାତୀ ମାଡିଆସୁଥିବା ଦେଖି ସେ ଜୀବନ ବିକଳରେ ଦୌଡ଼ି ପଳେଇ ଆସିବାକୁ ଚେଷ୍ଟା କରିଥିଲେ । ହେଲେ ଏକ ଦନ୍ତା ହାତୀ ପାଦରେ ତାଙ୍କୁ ଦଳି ଦେଇଥିଲା । ଯୁବକ ଜଣଙ୍କ ଅଳ୍ପକେ ମୃତ୍ୟୁ ମୁଖରୁ ବଞ୍ଚି ଯାଇଥିଲେ ବି ଗୁରୁତର ଆହତ ହୋଇ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି ।

ତେବେ ଏଠାରେ ପ୍ରଶ୍ନ ଉଠେ ବନବିଭାଗ ସବୁବେଳେ ହାତୀକୁ ଜଗି ଲୋକଙ୍କୁ ସଚେତନ କରୁଥିବା କଥା କହୁଥିଲେ ବି ଏଇ ଘଟଣା ପରେ ଏହାର ଚରମ ଅବହେଳା ସାମ୍ନାକୁ ଆସିଛି । କିଛି ଦିନ ପୂର୍ବରୁ ଏପରି ଘଟଣାକୁ ପୁରାପୁରି ଏଡାଇବା ପାଇଁ ବିଭାଗ ଦମ୍ଭୋକ୍ତି ଦେଖାଇଥିବା ବେଳେ ଏଇ ଘଟଣା ବନବିଭାଗର ପାରିବାପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ABOUT THE AUTHOR

...view details