ଓଡିଶା

odisha

ETV Bharat / state

11 କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକର ମୃତ୍ୟୁ

ବିଦ୍ୟୁତ ତାର ସଂସ୍ପର୍ଶରେ ଆଜି ଯୁବକର ମୃତ୍ୟୁ । ଏଭଳି ଘଟଣା ଘଟିଛି ଜିଲ୍ଲାର ଠାକୁରମୁଣ୍ଡା ଥାନା ପୁମାଡ଼ିହା ଗାଁରେ ।

By

Published : Aug 17, 2019, 3:08 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ମୟୂରଭଞ୍ଜ

ମୟୂରଭଞ୍ଜ: ବିଦ୍ୟୁତ ତାର ସଂସ୍ପର୍ଶରେ ଆଜି ଯୁବକର ମୃତ୍ୟୁ । ଏଭଳି ଘଟଣା ଘଟିଛି ଜିଲ୍ଲାର ଠାକୁରମୁଣ୍ଡା ଥାନା ପୁମାଡ଼ିହା ଗାଁରେ । 11 କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ ହୋଇଛି । ଯୁବକଙ୍କ ପରିଚୟ ମିଳିନଥିବା ବେଳେ ସ୍ଥାନୀୟ ଅଞ୍ଚଳର ବୋଲି ଅନୁମାନ କରାଯାଉଛି ।

ବିଦ୍ୟୁତ ବିଭାଗ ପକ୍ଷରୁ 11 କେଭି ତାରକୁ କମ ଉଚ୍ଚତାରେ ଟଣା ଯାଇଥିବା ଯୋଗୁଁ ଏଭଳି ଘଟଣା ଘଟିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଘଟଣାସ୍ଥଳରେ ଠାକୁରମୁଣ୍ଡା ପୋଲିସ ପହଞ୍ଚି ଯୁବକର ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ମୟୂରଭଞ୍ଜ

ମୃତ ଯୁବକର ପରିବାର ବର୍ଗକୁ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି ସ୍ଥାନୀୟ ଲୋକେ । ଅନ୍ୟପକ୍ଷରେ ବିଦ୍ୟୁତ ବିଭାଗର ଖାମଖିଆଲି ନୀତି ଯୋଗୁଁ ବାରମ୍ବାର ଦୁର୍ଘଟଣା ଘଟୁଥିବାବେଳେ ବିଭାଗର ଏଥି ପ୍ରତି ନିଘା ନାହିଁ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details