ଓଡିଶା

odisha

ETV Bharat / state

ନାଗ ପେଟରୁ ବାହାରିଲା କୁକୁଡା ଅଣ୍ଡା, ଦେଖନ୍ତୁ ଭିଡିଓ - ନାଗ

ମୟୂରଭଞ୍ଜ ଜିଲ୍ଲା ଅଧିନ ଡୁକୁରା ବନବିଭାଗ କାର୍ଯ୍ୟାଳୟ ପଛପଟେ ଥିବା ଏକ ବ୍ରଏଲର ଫାର୍ମରେ ଥିବା ନାଗ ସାପ ପେଟରୁ 7ଟି କୁକୁଡା ଅଣ୍ଡା ବାହାରିଛି । ସାପ ଧରାଳି କ୍ରିଷ୍ଣା ଗୋଚ୍ଛାୟତ ସାପ ପେଟରୁ ଅଣ୍ଡା ବାହାର କରି ଶିମିଳିପାଳ ଅଭୟାରଣ୍ୟରେ ଛାଡ଼ି ଦେଇଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୁରଭଞ୍ଜ

By

Published : Jun 25, 2019, 3:21 PM IST

ବାରିପଦା: ନାଗ ପେଟରେ ସାତୋଟି କୁକୁଡ଼ା ଅଣ୍ଡା । ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟି ଏକଦମ ସତ । ଏକ ନାଗସାପ 7ଟି କୁକୁଡା ଅଣ୍ଡା ଥିବା ବେଶ୍‌ ଚର୍ଚ୍ଚା ପାଲଟିଛି । ଏପରି ବିଚିତ୍ର ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଅଧିନ ଡୁକୁରା ବନବିଭାଗ କାର୍ଯ୍ୟାଳୟ ପଛପଟେ ଥିବା ଏକ ବ୍ରଏଲର ଫାର୍ମରେ ।

ଫାର୍ମରେ ଏକ ନାଗସାପ ଥିବାର ଜାଣିବା ପରେ ଫାର୍ମ ମାଲିକ ବନବିଭାଗକୁ ଖବର ଦେଇଥିଲେ । ବନବିଭାଗ ଖବର ପାଇବା ପରେ ଅଭିଜ୍ଞ ସାପ ଧରାଳି କ୍ରିଷ୍ଣା ଗୋଚ୍ଛାୟତ ସେଠାରେ ପହଞ୍ଚି ସାପଟିକୁ ଉଦ୍ଧାର କରିବା ସହ ତା ପେଟରୁ ଅଣ୍ଡା ମଧ୍ୟ ବାହାର କରିଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ପରେ ନାଗ ସାପଟିକୁ ସୁରକ୍ଷିତ ଭାବେ ଶିମିଳିପାଳ ଅଭୟାରଣ୍ୟରେ ଛାଡ଼ି ଦିଆଯାଇଛି । ସାପଟିକୁ ଦେଖିବା ପାଇଁ ସେଠାରେ ଶହ ଶହ ଲୋକ ଜମା ହୋଇଥିବାବେଳେ ସାପ ପାଟିରୁ ଅଣ୍ଡା ବାହାରିବା ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଛନ୍ତି ।


ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details