ବାରିପଦା: ଲକଡାଉନ ସମୟରେ ବିଭିନ୍ନ ସ୍ଥାନରେ ଅଟକି ରହିଥିବା ପ୍ରବାସୀମାନେ ଏବେ ଘର ବାହୁଡା ହୋଇଛନ୍ତି । ମୟୁରଭଞ୍ଜ ଜିଲ୍ଳା ଓଡ଼ିଶା-ପଶ୍ଚିମବଙ୍ଗ ସୀମାନ୍ତ ହେଉ ଅବା ଓଡିଶା-ଝାଡ଼ଖଣ୍ଡ ସୀମାନ୍ତ ପ୍ରତ୍ୟେକ ଦିନ ବାହାର ରାଜ୍ୟର ହଜାର ହଜାର ପ୍ରବାସୀ ନିଜ ଘରକୁ ଫେରୁଥିବା ବେଳେ ସୀମାନ୍ତରେ ଅଟକି ରହୁଥିବାର ଦେଖିବାକୁ ମିଳୁଛି । ତେବେ ଲକଡାଉନ ସମୟରେ ରାସ୍ତା ଘାଟରେ ଦୋକାନ ବଜାର ବନ୍ଦ ରହୁଥିବାରୁ ଏମାନେ ପ୍ରବାସୀ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
'ଓଡିଶା ମୋ ପରିବାର' ପକ୍ଷରୁ ପ୍ରବାସୀ ଶ୍ରମିକଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ - ଓଡିଶା ମୋ ପରିବାର
ବାହାର ରାଜ୍ୟର ପ୍ରବାସୀଙ୍କୁ ରାଜ୍ୟସରକାରଙ୍କ 'ଓଡ଼ିଶା ମୋ ପରିବାର' ପକ୍ଷରୁ ସୀମାନ୍ତରେ ଶୁଖିଲା ଖାଦ୍ୟ ବଣ୍ଟନ। ଅଧିକ ପଢନ୍ତୁ...
'ଓଡିଶା ମୋ ପରିବାର' ପକ୍ଷରୁ ପ୍ରବାସୀ ଶ୍ରମିକଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ
ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ କ୍ରମେ ବାହାର ରାଜ୍ୟର ପ୍ରବାସୀଙ୍କ ଗମନାଗମନ ସମୟରେ କୌଣସି ଅସୁବିଧା ନହେବା ପାଇଁ ଓଡିଶା ସରକାରଙ୍କ 'ଓଡିଶା ମୋ ପରିବାର'କୁ ସମ୍ପୂର୍ଣ ଦାୟିତ୍ବ ଦିଆଯାଇଛି। ରାଜ୍ୟ ସରକାରଙ୍କ ଓଡିଶା ମୋ ପରିବାରର ପକ୍ଷରୁ ବିଜେଡ଼ି ଜିଲ୍ଲା ସଭାପତି ସୁଦାମ ମାରାଣ୍ଡି, ରାଜ୍ୟ କୃଷିଶିଳ୍ପ ନିଗମ ଅଧକ୍ଷ ଦେବାଶିଷ ମହାନ୍ତି, ସାଂସଦ ମମତା ମହାନ୍ତ, ମୋରଡା ବିଧାୟକ ରାଜକିଶୋର ଦାଶ ଉପସ୍ଥିତ ରହି ପଥଚାରୀଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ