ରାଇରଙ୍ଗପୁର:ମୟୂରଭଞ୍ଜରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରକ ଓ ଟ୍ୟାଙ୍କର ମଧ୍ୟରେ ଧକ୍କା ହେବାରୁ ଜଳିଗଲା ତେଲ ବୋଝେଇ ଟ୍ୟାଙ୍କର । ଏହାପରେ ଟ୍ୟାଙ୍କରରୁ ବାହାରି ନ ପାରିବାରୁ ଜୀବନ୍ତ ଦଗ୍ଧ ହୋଇଗଲେ ଗାଡ଼ି ଡ୍ରାଇଭର । ଆଜି(ଗୁରୁବାର) ଏଭଳି ଦୁଃଖଦ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଦୁଆରଶୁଣୀ ଘାଟି ଦେଇ ଯାଇଥିବା ୪୯ ନଂ ଜାତୀୟ ରାଜପଥରେ ।
ସୂଚନା ଅନୁଯାୟୀ, ଆଜି ସକାଳ ପାଖାପାଖି ୮ଟା ସମୟରେ ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଦୁଆରଶୁଣୀ ଘାଟି ରାସ୍ତାରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ ଓ ଏକ ଟ୍ୟାଙ୍କର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁଇଟି ଗାଡ଼ି ମୁହାଁମୁହିଁ ଧକ୍କା ଫଳରେ ଘାଟି ରାସ୍ତାକଡକୁ ଓଲଟି ପଡିଥିଲା । ଫଳରେ ଟ୍ୟାଙ୍କରରେ ତେଲ ଥିବା ଯୋଗୁଁ ଏଥିରେ ନିଆଁ ଲାଗିଯିବାରୁ ଟ୍ୟାଙ୍କର ହୁତୁହୁତୁ ହୋଇ ଜଳିଥିଲା । ଏଥିରେ ଟ୍ୟାଙ୍କର ଭିତରୁ ଡ୍ରାଇଭର ବାହାରକୁ ବାହାରି ନପାରି ଜୀବନ୍ତ ଦଗ୍ଧ ହୋଇଯାଇଥିବା ସୂଚନା ମିଳିଛି ।
ଏହ ମଧ୍ୟ ପଢନ୍ତୁ- ବସ୍ ଧକ୍କାରେ ନବମ ଶ୍ରେଣୀ ଛାତ୍ର ମୃତ, ସମ୍ବଲପୁରରେ ଉତ୍ତେଜନା