ଓଡିଶା

odisha

ETV Bharat / state

ମୟୂରଭଞ୍ଜ ଡବଲ ମର୍ଡର; ତିନି ଦିନ ପରେ ମିଳିଲା ମୃତଦେହ

ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ସିତାରାମସାହିକୁ ଦମ୍ପତ୍ତି ଫୁଟବଲ ଖେଳ ଦେଖିବାକୁ ଯାଇ ଘରକୁ ଫେରି ନଥିବା ଘଟଣା । ତିନିଦିନ ଧରି ନିଖୋଜ ଥିବା ଦମ୍ପତିଙ୍କର ଆଜି ହାତ ଗୋଡ ବନ୍ଧା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି । ଗୁଣିଗାରେଡି ସନ୍ଦେହରେ ଡବଲ ମର୍ଡର ହୋଇଥିବା ଜଣାପଡିଛି ।

ଗୁଣିଗାରେଡି ସନ୍ଦେହରେ ଡବଲ ମର୍ଡର

By

Published : Oct 9, 2019, 5:38 PM IST

ବାରିପଦା: ଜିଲ୍ଲାରେ ତିନିଦିନ ଧରି ନିଖୋଜ ଥିବା ଦମ୍ପତିଙ୍କର ମୃତଦେହ ଉଦ୍ଧାର ହୋଇଛି । ଫୁଟବଲ ଖେଳ ଦେଖିବାକୁ ଯାଇ ଆଉ ଘରକୁ ଫେରି ନଥିଲେ ଦମ୍ପତ୍ତି । ତେବେ ଗୁଣିଗାରେଡି ସନ୍ଦେହରେ ଡବଲ ମର୍ଡର ହୋଇଥିବା ଜଣାପଡିଛି । ଦୀର୍ଘ ୬୯ ଘଣ୍ଟା ପରେ ବୁଧବାର ସୋନ ଡ୍ୟାମରୁ ହାତଗୋଡ଼ ବନ୍ଧା ଅବସ୍ଥାରେ ଅଗ୍ନିଶମ ବିଭାଗ ଓ ଓଡ୍ରାଫ ଟିମ ମୃତଦେହକୁ ଉଦ୍ଧାର କରିଛି ।

ଗୁଣିଗାରେଡି ସନ୍ଦେହରେ ଡବଲ ମର୍ଡର

ସୂଚନାନୁଯାୟୀ, ଗତ 6 ତାରିଖ ଦିନ ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ସିତାରାମସାହିକୁ ଫୁଟବଲ ଖେଳ ଦେଖିବାକୁ ଯାଇ ଆଉ ଘରକୁ ଫେରି ନଥିଲେ ସ୍ଵାମୀ ସିତାରାମ ସିଂ ଏବଂ ସ୍ତ୍ରୀ ଲେତ ସିଂ । ପରିବାର ଲୋକେ ବହୁତ ଖୋଜିବା ପରେ ବିଲରେ ରକ୍ତଛିଟା ଚପଲ ଏବଂ ଚୁଡି ଦେଖି କେହି ହତ୍ୟା କରି ସୁନେଇ ଡ୍ୟାମକୁ ପିଙ୍ଗି ଦେଇଥିବା ସନ୍ଦେହ କରି ଥାନାରେ ଅଭିଯୋଗ କରିଥିଲେ । ପରିବାର ଲୋକଙ୍କ ଅଭିଯୋଗ ପରେ ଘଟଣାସ୍ଥଳରେ ପୋଲିସ, ସାଇଣ୍ଟିଫିକ ଟିମ୍‌ ଓ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଆରମ୍ଭ କରିଥିଲା ।

ତେବେ ଦୀର୍ଘ ୬୯ ଘଣ୍ଟାର ପରିଶ୍ରମ ପରେ ଓଡ୍ରାଫ ଟିମ ଗଭୀର ସୋନ ଡ୍ୟାମ ଭିତରୁ ଦମ୍ପତିଙ୍କ ମୃତ ଦେହକୁ ଉଦ୍ଧାର କରିଛି । କିଛିଦିନ ତଳେ ଗୁଣିଗାରେଡି ସନ୍ଦେହରେ ଦମ୍ପତିଙ୍କୁ ନିଜ ଗାଁ ପାଖରେ ଗ୍ରାମବାସୀ ବାନ୍ଧି ପିଟିଥିଲେ । ତେବେ ଘଟଣାରେ ପୋଲିସ ଜଣଙ୍କୁ ଗିରଫ କରି ଅଧିକ ତଦନ୍ତ ଆରମ୍ଭ କରିଛି ।

ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details