ରାଇରଙ୍ଗପୁର: ଆପଣ ଅନେକ ବାହାଘର ଦେଖିଥିବେ, ଆଉ ଭୋଜି ଭାତ ମଧ୍ୟ ଖାଇଥିବେ । ଆଜି ଆମେ ଆପଣଙ୍କୁ ଏମିତି ଏକ ବାହାଘରକୁ ନେଇଯିବୁ ଯାହା ଆପଣ ଦେଖିଲେ ଆଶ୍ଚର୍ଯ୍ୟଚକିତ ହୋଇଯିବେ।
କୁକୁର ସହିତ ମଣିଷ ବାହାଘର । ଆଜ୍ଞା ହଁ, ରିଷ୍ଟ ଖଣ୍ଡନ ପାଇଁ ଛୁଆଙ୍କୁ କୁକୁର ସହିତ ବାହାଘର କରାଉଛନ୍ତି ପରିବାର ଲୋକେ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଉପଖଣ୍ଡ ଶୁକୃଳି ବ୍ଲକ ବାରିଆ ଗାଁରେ।
ଅଜବ ପରମ୍ପରା: ଏଠି କୁକୁର ସହିତ ହୁଏ ମଣିଷ ବାହାଘର ଆଦିବାସୀଙ୍କ ପରମ୍ପରା ରହିଛି ଛୁଆ ଜନ୍ମ ହେଲା ପରେ ପ୍ରଥମ ଦାନ୍ତ ଉପର ମାଢିରେ ବାହାରିଲେ ଅଶୁଭ ହୋଇଥାଏ । ତେଣୁ ଏହି ରିଷ୍ଟକୁ ଖଣ୍ଡନ କରିବା ପାଇଁ ପିଲାଙ୍କୁ କୁକୁର ସହିତ ବାହାଘର କରାଯାଇଥାଏ । ତେବେ ଆଦିବାସୀ ବାରିଆ ଗ୍ରାମରେ ବର ବେଶରେ ଛୁଆଙ୍କୁ ସଜେଇ ଗାଁ ବୁଲାଇବା ସହିତ କୁକୁର ସହିତ ବାହାଘର କରାଉଥିବା ଦେଖିବାକୁ ମିଳିଛି।
ଗୋଟିଏ ଦିନରେ ବାରିଆ ଗାଁରେ ତିନୋଟି ବାହାଘର ହେଇଥିଲା । ଦୁଇଟି ଶିଶୁ ପୁତ୍ର ସହ ଦୁଇଟି ମାଇ କୁକୁର ଓ ଗୋଟିଏ ଶିଶୁ କନ୍ୟା ସହ ଗୋଟିଏ ଅଣ୍ଡିରା କୁକୁରର ବାହାଘର କରାଯାଇଥିଲା । ବାହାଘର ପରେ ନାଚ, ଗୀତର ଆୟୋଜନ କରାଯାଇଥିଲା । ଏହି ବାହାଘରରେ ଶୁକୃଳି ବ୍ଳକ ଅଧ୍ୟକ୍ଷ ମଧ୍ୟ ସାମିଲ ହୋଇଥିଲେ । ତେବେ ଏହା ଆଦିବାସୀଙ୍କ ପରମ୍ପରା ନା ଅନ୍ଧବିଶ୍ବାସ ତାହାକୁ ନେଇ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି।
ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ