ଓଡିଶା

odisha

ETV Bharat / state

ଆସୁ ନାହାଁନ୍ତି ଡାକ୍ତର, ତାତିଲେ ଲୋକେ

ମୟୂରଭଞ୍ଜ ଜିଲ୍ଲାର ଉଦଳା ଉପଖଣ୍ଡ ଚିକିତ୍ସାଳୟରେ ଡାକ୍ତର ବାରମ୍ବାର ଅନୁପସ୍ଥିତ ରହୁଛନ୍ତି । ଏନେଇ ରୋଗୀଙ୍କ ସଂପର୍କୀୟ ସମେତ ସ୍ଥାନୀୟ ଲୋକେ କ୍ରୋଧିତ ହୋଇଛନ୍ତି । ଗତକାଲି ରାତିରେ ଉତ୍ତ୍ୟକ୍ତ ଲେକେ ଡାକ୍ତରଖାନାର ଆଉଟଡୋର ଏବଂ ଇନଡୋରକୁ ବନ୍ଦ କରିଦେଇଥିଲେ ।

By

Published : Jun 27, 2019, 3:29 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା,ମୟୂରଭଞ୍ଜ

ମୟୂରଭଞ୍ଜ: ଜିଲ୍ଲାରେ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଏବେ ଘୋର ସମସ୍ୟା ଦେଇ ଗତି କରୁଛି । ଡାକ୍ତର ପଦବୀ ଖାଲି ପଡ଼ିଥିବା ଯୋଗୁ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ । ଗୋଟିଏ ପଦରେ କହିବାକୁ ଗଲେ ସ୍ବାସ୍ଥ୍ୟସେବ ଖଣ୍ଡାଧାରରେ ଚାଲୁଛି । ଜିଲ୍ଲାର ଉଦଳା ଉପଖଣ୍ଡ ଚିକିତ୍ସାଳୟରେ ଏହାର ଚିତ୍ର ଆହୁରି ଉଦବେଗ୍‌ଜନିତ । ଡାକ୍ତରଙ୍କ ଅନୁପସ୍ଥିତିରେ ତାତିଛନ୍ତି ରୋଗୀଙ୍କ ସମ୍ପର୍କୀୟ । ଯାହାକୁ ନେଇ ଡାକ୍ତରଖାନାରେ ତୀବ୍ର ଉତ୍ତେଜନା ଦେଖାଦେଇଛି ।


ସୂଚନା ଅନୁସାରେ ଡାକ୍ତରଖାନାରେ ଡାକ୍ତର ବାରମ୍ବାର ଅନୁପସ୍ଥିତ ରହୁଛନ୍ତି । ଏନେଇ ରୋଗୀଙ୍କ ସଂପର୍କୀୟ ସମେତ ସ୍ଥାନୀୟ ଲୋକେ କ୍ରୋଧିତ ହୋଇଛନ୍ତି । ଗତକାଲି ରାତିରେ ଉତ୍ତ୍ୟକ୍ତ ଲେକେ ଡାକ୍ତରଖାନାର ଆଉଟଡୋର ଏବଂ ଇନଡୋରକୁ ବନ୍ଦ କରିଦେଇଥିଲେ । ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ରୋଗୀଙ୍କୁ ଦେଖିବା ନିମନ୍ତେ ଡାକ୍ତର ଯାଉନଥବାବେଳେ ଏ ବାବଦରେ ପଚାରି ବୁଝିବାକୁ ସମ୍ପର୍କୀୟ ଆଉଟଡୋରକୁ ଆସିଥିବାବେଳେ ସେଠାରେ ମଧ୍ୟ ଡାକ୍ତର ନଥିବା ଦେଖିବା ପରେ ଅସନ୍ତୋଷ ତୀବ୍ରରୂପ ନେଇଥିଲା । ତେବେ ୩ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଧରି ଆଉଟଡୋର ଏବଂ ଇନଡୋର ବନ୍ଦ ରହିଥିବା ବେଳେ ରୋଗୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିବା ଦେଖୁବାକୁ ମିଳିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା,ମୟୂରଭଞ୍ଜ

ଏହାପରେ ସମ୍ପର୍କୀୟ ଓ ସ୍ଥାନୀୟ ଲୋକେ ଡାକ୍ତରଖାନା ପରିସରରେ ହୋ ହାଲ୍ଲା କରିଥିଲେ । ଫଳରେ ଡାକ୍ତରଖାନା ପରିସରରେ ଗଣ୍ଡଗୋଳ ଆଶଙ୍କା କରି ପୋଲିସ୍ ମୁତୟନ କରାଯାଇଛି |

ଘଟଣାସ୍ଥଳରେ ଉପଖଣ୍ଡ ଚିକିତ୍ସାଧିକାରୀ ପହଞ୍ଚି ଥିବାବେଳେ ତାଙ୍କୁ ଉତ୍ୟକ୍ତ ଲୋକେ କିଛି ସମୟ ଅଟକ ରଖିଥ୍‌ଲେ | ଏବେ ସୁଦ୍ଧା କୌଣସି ସମାଧାନର ରାସ୍ତା ବାହାରି ପାରିନାହିଁ । ତେବେ ଏହି ଘଟଣା ବାବଦରେ ଉପଖଣ୍ଡ ଚିକିତ୍ସାଧିକାରୀଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details