ଓଡିଶା

odisha

By

Published : Aug 4, 2019, 8:07 PM IST

ETV Bharat / state

ମରିଗଲା ମାନବିକତା, ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ

ରାଜ୍ୟରେ ଥମୁନି ଲଜ୍ୟା । ବଢିଚାଲିଛି ବଳତ୍କାର । ଶରତ ଥାନା କାଠଚୁଆ ଅଞ୍ଚଳରେ ଅଭାବନୀୟ ଘଟଣା । ଘରେ ଏକୁଟିଆ ଥିବା ବେଳେ ଦିବ୍ୟାଙ୍ଗକୁ ଦୁଷ୍କର୍ମ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୁରଭଞ୍ଜ

ବାରିପଦା: ରାଜ୍ୟରେ ଥମିବାର ନାଁ ନେଉନାହିଁ ଦୁଷ୍କର୍ମ । ଶରତ ଥାନା କାଠଚୁଆ ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା । ଜଣେ ଭିନ୍ନକ୍ଷମ ଯୁବତୀକୁ ଦୁଷ୍କର୍ମ ଅଭିଯୋଗ । ଏନେଇ ଥାନାରେ ହୋଇଛି ଲିଖିତ ଅଭିଯୋଗ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୁରଭଞ୍ଜ

ଗତ ୩୧ ତାରିଖ ଦିନ ଦିବ୍ୟାଙ୍ଗ ଯୁବତୀ ଜଣକ ଘରେ ଏକୁଟିଆ ଥିବାବେଳେ ଘଟିଛି ଏହି ଘଟଣା । ଏକୁଟିଆର ସୁଯୋଗ ନେଇ ପଦ୍ମପୋଖରୀ ପଞ୍ଚାୟତ ଧପଡା ଗ୍ରାମର ବାବୁଲି ବଦରା ଯୁବତୀଙ୍କୁ ଘରୁ ଟେକି ନେଇ ନିକଟସ୍ଥ ଜଙ୍ଗଲରେ ଦୁଷ୍କର୍ମ କରିଥିଲା । ପରେ ଯୁବତୀ ଜଣକ ଏ ନେଇ ତାର ମାଆକୁ ଜଣାଇବା ପରେ ପରିବାର ପକ୍ଷରୁ ଶରତ ଥାନାରେ ଲିଖିତ ଅଭିଯୋଗ କରାଯାଇଛି ।

ଅଭିଯୋଗକୁ ଆଧାର କରି ପୋଲିସ୍‌ ତଦନ୍ତ ଆରମ୍ଭ କରିଥିବା ବେଳେ ଅଭିଯୁକ୍ତ ବାବୁଲିକୁ ଗିରଫ କରିଛି । ଏହା ସହିତ ପୀଡିତାକୁ ତାକ୍ତରୀ ମାଇନା ନିମନ୍ତେ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜକୁ ନିଆଯାଇଥିବା ପୋଲିସ କହିଛି । ଅଭିଯୁକ୍ତ ବାବୁଲି ନିଶାସକ୍ତ ଅବସ୍ଥାରେ ଏପରି କାଣ୍ଡ ଘଟାଇଛି ବୋଲି ଜଣାପଡ଼ିଛି ।

ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details