ଓଡିଶା

odisha

ETV Bharat / state

ଆସନ୍ତା ୨୬ରେ ଖୋଲିବ ସ୍କୁଲ, ସ୍ଥିତି ପରଖିଲେ ବିଭାଗୀୟ ଉପନିର୍ଦ୍ଦେଶକ - ଡେପୁଟି ଡିରେକ୍ଟର

ଆସନ୍ତା ୨୬ ତାରିଖରେ ସ୍କୁଲ ଖୋଲିବାକୁ ଥିବାରୁ ସ୍ଥିତି ପରଖିଛନ୍ତି ଡେପୁଟି ଡିରେକ୍ଟର । ଅଧିକ ପଢନ୍ତୁ...

ଆସନ୍ତା ୨୬ରେ ଖୋଲିବ ସ୍କୁଲ, ସ୍ଥିତି ପରଖିଲେ ଡେପୁଟି ଡିରେକ୍ଟର
ଆସନ୍ତା ୨୬ରେ ଖୋଲିବ ସ୍କୁଲ, ସ୍ଥିତି ପରଖିଲେ ଡେପୁଟି ଡିରେକ୍ଟର

By

Published : Jul 22, 2021, 9:39 PM IST

Updated : Jul 22, 2021, 9:51 PM IST

ବାରିପଦା: ଆସନ୍ତା ୨୬ ତାରିଖରେ ଦଶମ ଓ ଦ୍ଵାଦଶ ସ୍କୁଲ ଖୋଲିବାକୁ ଯାଉଛି । ତେବେ ସ୍କୁଲ ଖୋଲିବା ପୂର୍ବରୁ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ସ୍କୁଲରେ ସ୍ଥିତି ପରଖିଛନ୍ତି ସ୍କୁଲ ଓ ଗଣଶିକ୍ଷା ବିଭାଗର ଡେପୁଟି ଡିରେକ୍ଟର ବା ଉପନିର୍ଦ୍ଦେଶକ ଅମୀୟ କୁମାର ରାଉତ ।

ଆସନ୍ତା ୨୬ରେ ଖୋଲିବ ସ୍କୁଲ, ସ୍ଥିତି ପରଖିଲେ ବିଭାଗୀୟ ଉପନିର୍ଦ୍ଦେଶକ

ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ଆସନ୍ତା ୨୬ ତାରିଖରୁ ଦଶମ ଓ ଦ୍ବାଦଶ ଛାତ୍ରଛାତ୍ରୀଙ୍କୁ ନେଇ ସ୍କୁଲ ଖୋଲିବାକୁ ଯାଉଛି । ତେବେ ଦୀର୍ଘ ଦିନ ହେବ ବନ୍ଦ ରଖିଥିବା ସ୍କୁଲ ଏବେ କେଉଁ ସ୍ଥିତିରେ ଅଛି ତାକୁ ନେଇ ଗୁରୁବାର ଜିଲ୍ଲା ଗସ୍ତରେ ଆସିଛନ୍ତି ସ୍କୁଲ ଓ ଗଣ ଶିକ୍ଷା ବିଭାଗର ଡେପୁଟି ଡିରେକ୍ଟର ଅମୀୟ କୁମାର ରାଉତ । ଜିଲ୍ଲା ଗସ୍ତରେ ଆସି ବେତନଟୀ ବ୍ଲକ ବେତନଟୀ ହାଇସ୍କୁଲ ଏବଂ ଗରୁଡ଼ବସା ଆଦର୍ଶ ବିଦ୍ୟାଳୟ ପରିଦର୍ଶନ କରି ସ୍ଥିତି ପରଖିଛନ୍ତି ।

ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ଖୋଲିବା ପୂର୍ବରୁ ଜିଲ୍ଲାର ସ୍କୁଲଗୁଡିକ ବୁଲି ଦେଖିଛନ୍ତି । ତେବେ ସ୍କୁଲ ଓ ଗଣଶିକ୍ଷା ବିଭାଗର ଡେପୁଟି ଡିରେକ୍ଟର ଅମୀୟ କୁମାର ରାଉତଙ୍କ ସହ ଜିଲ୍ଲା ଶିକ୍ଷା ବିଭାଗର ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Last Updated : Jul 22, 2021, 9:51 PM IST

ABOUT THE AUTHOR

...view details