ଓଡିଶା

odisha

ETV Bharat / state

17 ମାସ ଶିଶୁକନ୍ୟାକୁ ଦୁଷ୍କର୍ମ ଘଟଣାର ତୁରନ୍ତ ତଦନ୍ତ ଦାବି

ଦୁଷ୍କର୍ମ କରି ବିନ୍ଦାସ ଖୋଲାରେ ବୁଲୁଛି ଅପରାଧୀ । ଆଉ ଅପରାଧୀକୁ ଧରିବାରେ ବିଫଳ ହୋଇଛି ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ପୋଲିସ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

By

Published : Jul 8, 2019, 8:04 PM IST

ବାରିପଦା: ଗତ 5 ତାରିଖରେ ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅଞ୍ଚଳରେ ୧୭ ମାସର ଶିଶୁ କନ୍ୟାକୁ ତାର ସଂପର୍କୀୟ ଦାଦା ଦୁଷ୍କର୍ମ କରିବା ଘଟଣା । ଏନେଇ ଥାନ।ରେ ଲିଖିତ ଅଭିଯୋଗ କରିଥିଲେ ପୀଡିତାଙ୍କ ପରିବାର । ଘଟଣାକୁ ଚାରି ଦିନ ବିତିଥିବା ବେଳେ ଅଭିଯୁକ୍ତକୁ ଗିରଫ କରିବାରେ ବିଫଳ ହୋଇଛି ଖୁଣ୍ଟା ପୋଲିସ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ତେବେ ଦୁଷ୍କର୍ମ ପରେ ଶିଶୁକନ୍ୟାକୁ ବାରିପଦା ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବାବେଳେ ଅଭିଯୋଗ ପାଇ ତଦନ୍ତ ଆରମ୍ଭ କରିଛି ପୋଲିସ । ପୋଲିସର ଏତେ ମନ୍ଥର ତଦନ୍ତକୁ ବିରୋଧ କରି ସୋମବାର ପୀଡିତା ଶିଶୁକନ୍ୟାର ପରିବାର ବର୍ଗଙ୍କ ସହ ସ୍ବଂୟ ସହାୟକ ଗୋଷ୍ଠୀର ମହିଳା ମାନେ ଥାନା ଘେରାଉ କରିବା ସହ ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details