ମୟୂରଭଞ୍ଜ: ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରିଥବା ଠିକାଦାରଙ୍କ ବିଲ୍ ପ୍ରଦାନରେ ବିଳମ୍ବ କରିବାକୁ ନେଇ ତାତିଲେ ଠିକାଦାର । ବ୍ଲକର ଆସିଷ୍ଟାଣ୍ଟ ଇଞ୍ଜିନିୟର (ସହକାରୀ ଯନ୍ତ୍ରୀ)ଙ୍କୁ ବ୍ଲକ ଅଫିସ କାର୍ଯ୍ୟାଳୟରେ ତାଲା ପକାଇଦେଲେ ଠିକାଦାର । ଏଭଳି ଘଟଣା ଘଟିଛି ଉଦଳା ବ୍ଲକରେ ।
ଭିଡିଓ ସୌଜନ୍ୟ- ସମ୍ବାଦଦାତା, ମୟୂରଭଞ୍ଜ ଜିଲ୍ଲାର ଉଦଳା ବ୍ଲକ ଅଧୀନରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରିଛନ୍ତି ଠିକାଦାର । ତେବେ କାର୍ଯ୍ୟ ଗୁ଼ଡିକ ସମ୍ପୂର୍ଣ୍ଣ ହୋଇ ସାରିଥିବା ବେଳେ ବିଲ୍ ପାଇବା ନିମନ୍ତେ 4ମାସରୁ ଊର୍ଦ୍ଧ୍ବ ହେବ ବ୍ଲକ କାର୍ଯ୍ୟାଳୟ ଦୌଡିଛନ୍ତି । ହେଲେ ବ୍ଲକର ଆସିଷ୍ଟାଣ୍ଟ ଇଞ୍ଜିନିୟର କମଳ ଲୋଚନ ରାଉତ ବାରମ୍ବାର ବିଲ ଦେବାର ମିଛ ପ୍ରତିଶ୍ରୁତି ଦେଇ ଚାଲିଥିବା ବେଳେ ସମୟ ଗଡାଉ ଥିଲେ ।
ଯାହାକୁ ନେଇ ଆଜି କିଛି ଠିକାଦାର ଉତ୍ତ୍ୟକ୍ତ ହୋଇ ଆସିଷ୍ଟାଣ୍ଟ ଇଞ୍ଜିନିୟର କମଳ ଲୋଚନ ରାଉତଙ୍କୁ ବ୍ଲକ କାର୍ଯ୍ୟାଳୟରେ ତାଲା ପକାଇ ଦେଇଥିଲେ । ଖବର ପାଇ ଉଦଳା ବୁକ ଅଧ୍ୟକ୍ଷ ଏବଂ ଉପାଧ୍ୟକ୍ଷ ଘଟଣାସ୍ଥଳରେ ପହଞ୍ଚି ତାଲା ଖୋଲି ଆସିଷ୍ଟାଣ୍ଟ ଇଞ୍ଜିନିୟରଙ୍କୁ ଉଦ୍ଧାର କରିଥିଲେ ।
ହେଲେ ଏହି ଘଟଣାକୁ ବିଡିଓ କିମ୍ବା ଆସିଷ୍ଟାଣ୍ଟ ଇଞ୍ଜିନିୟର ଅତି ହାଲୁକା ଭାବରେ ନେଇଥିବା ବେଳେ କ୍ୟାମେରା ସାମ୍ନାରେ କିଛି କହିବାକୁ ମନା କରି ଦେଇଥିଲେ । ତେବେ ବକେୟା ବିଲ୍ ତୁରନ୍ତ ପ୍ରଦାନ କରା ନଗଲେ ଆଗାମୀ ଦିନରେ ପରିସ୍ଥିତି ଭୟାବହ ହେବ ବୋଲି ଠିକାଦାର ଚେତାବନୀ ଦେଇଛନ୍ତି ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ