ଓଡିଶା

odisha

ETV Bharat / state

ସାପ କାମୁଡାରେ ନାବାଳକ ମୃତ

ସାପ କାମୁଡାରେ ଏକ ନାବାଳକର ମୃତ୍ୟୁ । ମୃତକ ହେଲେ ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଣୀ ଥାନା ଅଧିନସ୍ଥ ବନ୍ତଳିଗୋଡା ଗ୍ରାମର ଟାଙ୍ଗଳୁ ଦେହୁରୀ । ଶୌଚ ହେବାକୁ ଯାଇଥିବା ବେଳେ ନାବାଳକଟି ସାପ କାମୁଡାର ଶିକାର ହୋଇଥିଲା ।

By

Published : Apr 13, 2019, 1:35 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର

ରାଇରଙ୍ଗପୁର: ସାପ କାମୁଡାରେ ଜଣେ ନାବାଳକର ମୃତ୍ୟୁ ଘଟିଛି । ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଣୀ ଥାନା ଅଧିନସ୍ଥ ବନ୍ତଳିଗୋଡା ଗ୍ରାମରେ ଘଟିଛି ଏହି ଦୁଃଖଦ ଘଟଣା । ମୃତକ ହେଲେ ସେହି ଗ୍ରାମର ସୁନା ଦେହୁରୀଙ୍କ ବଡ଼ ପୁଅ ଟାଙ୍ଗଳୁ ଦେହୁରୀ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର

ସୂଚନା ଅନୁସାରେ, ଟାଙ୍ଗଳୁ ଶନିବାର ସକାଳେ ଶୌଚ ହେବା ପାଇଁ ଘର ନିକଟସ୍ଥ ବିଲକୁ ଯାଇଥିଲେ । ସେଠାରେ ତାଙ୍କୁ ଏକ ବିଷାକ୍ତ ସାପ କାମୁଡି ଦେଇଥିଲା । ସଙ୍ଗେ ସଙ୍ଗେ ପରିବାର ଲୋକେ 108 ଆମ୍ବୁଲାନ୍ସ ଯୋଗେ ରାଇରଙ୍ଗପୁର ଡାକ୍ତରଖାନା ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ଗୋରୁ ମହିଷାଣୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ABOUT THE AUTHOR

...view details