ଓଡିଶା

odisha

ETV Bharat / state

ହତ୍ୟା ପରେ ଯୁବକଙ୍କୁ ଜାଳି ଦେଲେ ଦୁର୍ବୃତ୍ତ !

ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅଧୀନରେ ଥିବା କେନ୍ଦୁମୁଣ୍ଡି ଗ୍ରାମ ନିକଟସ୍ଥ ଜଙ୍ଗଲରେ ଯୁବକଙ୍କୁ ଅତି ନିର୍ମମ ହତ୍ୟା ପରେ ଜାଳିଦେଲେ ଦୁର୍ବୃତ୍ତ ।

By

Published : May 19, 2019, 2:54 PM IST

ଫଟୋ ସୌଜନ୍ୟ: ପ୍ରତିନିଧି,ରାଇରଙ୍ଗପୁର

ରାଇରଙ୍ଗପୁର: ଯୁବକଙ୍କୁ ଅତି ନିର୍ମମ ହତ୍ୟା ପରେ ଜାଳି ଦେଲେ ଦୁର୍ବୃତ୍ତ । ଏପରି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅଧୀନରେ ଥିବା କେନ୍ଦୁମୁଣ୍ଡି ଗ୍ରାମ ନିକଟସ୍ଥ ଜଙ୍ଗଲରେ । ମୃତକ ଜଣକ ହେଲେ କରଞ୍ଜିଆ ଥାନା ବିଶିପୁର ଗ୍ରାମର ଦଶରଥ ନାୟକଙ୍କ ବଡ଼ ପୁଅ ରାଜେଶ ନାୟକ ।

ଭିଡିଓ ସୌଜନ୍ୟ:ପ୍ରତିନିଧି,ରାଇରଙ୍ଗପୁର

ରାଜେଶ ଗତ ଗୁରୁବାରଠୁ ଘରୁ ନିଖୋଜ ଥିଲେ । ଏନେଇ ପରିବାର ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ସ୍ଥାନୀୟ ଲୋକେ ଜଙ୍ଗଲରେ ଥିବା ଏକ ନାଳରେ ଅର୍ଦ୍ଧଦଗ୍ଧ ଅବସ୍ଥାରେ ମୃତଦେହ ପଡ଼ିଥିବା ଦେଖି ପୋଲିସକୁ ଖବର ଦେଇଥିଲେ।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ରାଜେଶର ପରିବାର ଲୋକଙ୍କୁ ଡାକି ମୃତଦେହକୁ ଚିହ୍ନଟ କରିଥିଲେ । ତେବେ ହତ୍ୟାକାଣ୍ଡର କୌଣସି ସ୍ପଷ୍ଟ ସୂଚନା ମିଳି ପାରି ନଥିବାବେଳେ ପରିବାର ଲୋକେ ଅଭିଯୁକ୍ତଙ୍କୁ ଧରିବା ପାଇଁ ଦାବି କରିଛନ୍ତି । କରଞ୍ଜିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହାସହ ଅଧିକ ତଦନ୍ତ ପାଇଁ ବାରିପଦାରୁ ସାଇଣ୍ଟିଫିକ ଟିମ୍ ମଧ୍ୟ ଆସୁଥିବା ଜଣାପଡିଛି।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ABOUT THE AUTHOR

...view details