ଓଡିଶା

odisha

By

Published : Nov 8, 2021, 7:29 AM IST

ETV Bharat / state

ହଜିଗଲା ମାନବିକତା: ଜମି ବିବାଦକୁ କେନ୍ଦ୍ର କରି ୨୪ ଘଣ୍ଟା ଧରି ପଡି ରହିଲା ମୃତଦେହ

ହଜିଗଲା ମାନବିକତା । ଜମି ବିବାଦକୁ କେନ୍ଦ୍ର କରି ୨୪ ଘଣ୍ଟାରୁ ଅଧିକ ସମୟ ଧରି ପଡିରହିଲା ମୃତଦେହ । ଶେଷରେ ପୋଲିସ ଉପସ୍ଥିତିରେ ହେଲା ସତ୍କାର । ଅଧିକ ପଢନ୍ତୁ...

ହଜିଗଲା ମାନବିକତା : ଜମି ବିବାଦକୁ କେନ୍ଦ୍ର କରି ୨୪ ଘଣ୍ଟାରୁ ଅଧିକ ସମୟ ଧରି ପଡି ରହିଲା ମୃତଦେହ
ହଜିଗଲା ମାନବିକତା : ଜମି ବିବାଦକୁ କେନ୍ଦ୍ର କରି ୨୪ ଘଣ୍ଟାରୁ ଅଧିକ ସମୟ ଧରି ପଡି ରହିଲା ମୃତଦେହ

ରାଇରଙ୍ଗପୁର:ହଜିଗଲା ମାନବିକତା । ଜମି ବିବାଦକୁ କେନ୍ଦ୍ର କରି ୨୪ ଘଣ୍ଟାରୁ ଅଧିକ ସମୟ ଧରି ପଡିରହିଲା ମୃତଦେହ । ଶେଷରେ ପୋଲିସ ଉପସ୍ଥିତିରେ ହେଲା ଅନ୍ତିମ ସତ୍କାର । ଏପରି ଏକ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ ଓଷାଡଲା ଗାଁରେ । ଯାହା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ହଜିଗଲା ମାନବିକତା : ଜମି ବିବାଦକୁ କେନ୍ଦ୍ର କରି ୨୪ ଘଣ୍ଟାରୁ ଅଧିକ ସମୟ ଧରି ପଡି ରହିଲା ମୃତଦେହ

ସୂଚନା ଅନୁଯାୟୀ, ଓଷାଡଲା ଗାଁର ଜନୈକା ବିଧବା ବୃଦ୍ଧା ହେଜଲ ନାଏକ (୮୫) ସ୍ବାମୀଙ୍କ ମୃତ୍ୟୁ ପରେ ଘରେ ଏକୁଟିଆ ରହୁଥିଲେ ।ବାର୍ଦ୍ଧକ୍ୟ ଜନିତ କାରଣରୁ ତାଙ୍କର ମୃତ୍ୟୁ ଘଟିଥିଲା । ତେବେ ଗ୍ରାମବାସୀଙ୍କ ସହାୟତାରେ ତାଙ୍କ ଘର କଡ଼ରେ ଅନ୍ତିମ ସତ୍କାର କାର୍ଯ୍ୟକ୍ରମ ଚାଲିଥିଲା । ହେଲେ ସେହି ଗାଁର ନାରାୟଣ ମାରାଣ୍ଡି ସେଠାରେ ତାଙ୍କ ପୈତୃକ ଜାଗା ଥିବା ଦର୍ଶାଇ ବିରୋଧ କରିବା ସହ ସେଠାରେ ସତ୍କାର କରିବା ପାଇଁ ଦେଇ ନଥିଲେ । ଏହାକୁ କେନ୍ଦ୍ର କରି ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ତେବେ ମୃତକଙ୍କ ସମ୍ପର୍କୀୟମାନେ ଶେଷରେ ବିଶୋଇ ଥାନା ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଥିଲା ।

ବିଶୋଇ ଥାନା ପୋଲିସ ନାରାୟଣଙ୍କୁ ବୁଝାଇବାରେ ବିଫଳ ହୋଇଥିଲେ । ପରେ ଓଷାଡଲା ଗାଁର ସାପ୍ତାହିକ ହାଟ ମଝିରେ ମୃତକଙ୍କ ସ୍ବାମୀଙ୍କ ନିଜସ୍ଵ ଜମି ଥିବାରୁ ସାପ୍ତାହିକ ହାଟ ମଝିରେ ହିଁ ପୋଲିସ ଉପସ୍ଥିତିରେ ସତ୍କାର କରାଯାଇଥିଲା । ସେପଟେ ସାପ୍ତାହିକ ହାଟ ଏକ ସର୍ବସାଧାରଣ ସ୍ଥାନ ହୋଇଥିବାରୁ ହାଟ ମଝିରେ ମୃତଦେହ ପୋତିବାକୁ ନେଇ ସେଠାରେ ମଧ୍ୟ କିଛି ସମୟ ପାଇଁ ବିବାଦ ସୃଷ୍ଟି ହୋଇଥିଲା।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା,ଇଟିଭି ଭାରତ

ABOUT THE AUTHOR

...view details