ରାଇରଙ୍ଗପୁର:ପେଟ୍ରୋଲ, ଡିଜେଲ ଓ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଗୁଡ଼ିକର ଆକାଶ ଛୁଆଁ ଦର ବୃଦ୍ଧି ପ୍ରତିବାଦରେ ସିପିଆଇର ବିକ୍ଷୋଭ ପ୍ରଦର୍ଶନ । ଏନେଇ CPI ପକ୍ଷରୁ ବିଡ଼ିଓଙ୍କୁ ସ୍ମାରକ ପତ୍ର ପ୍ରଦାନ। କୋରୋନା କଟକଣା ଯୋଗୁଁ ସାରା ରାଜ୍ୟରେ ଲକ୍ ଡାଉନ୍ ଓ ସଟ୍ ଡାଉନ୍ ଜାରି ରହିଛି ।
ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦରବୃଦ୍ଧି ପ୍ରତିବାଦରେ CPIର ବିକ୍ଷୋଭ ତେବେ ଦର ଦାମ ବୃଦ୍ଧି ଯୋଗୁଁ ଗରିବ ଓ ମଧ୍ୟବିତ୍ତ ଶ୍ରେଣୀର ଲୋକେ ବେଶ୍ ପ୍ରଭାବିତ ହୋଇଛନ୍ତି। ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଗୁଡ଼ିକର ଆକାଶ ଛୁଆଁ ଦର ଗରିବ ଓ ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କ ପାଇଁ ବୋଝ ଉପରେ ନଳିତା ବିଡ଼ା ସଦୃଶ୍ୟ ।
ଏହାକୁ ବିରୋଧ କରିବା ସହିତ ବିଭିନ୍ନ ନ୍ୟାର୍ଯ୍ୟ ଦାବିକୁ ନେଇ ମୟୂରଭଞ୍ଜ ଜିଲ୍ଲା ତିରିଂ ବ୍ଲକ ଅନ୍ତର୍ଗତ ବଡଡାଳିମା ଠାରେ କେନ୍ଦ୍ର ସରକାରଙ୍କ ନୀତି ବିରୁଦ୍ଧରେ ସିପିଆଇ ତିରିଂ ଶାଖା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।
ତା ସହିତ ଆଞ୍ଚଳିକ ଚାଷୀଙ୍କୁ ଋଣ ପ୍ରଦାନ, ତିରିଂ ଅଞ୍ଚଳ ଦେଇ ଯାଇଥିବା ଅଣ ଅସାରିଆ ଜାତୀୟ ରାଜପଥ ରେ ବାରମ୍ବାର ଘଟୁଥିବା ଦୁର୍ଘଟଣାକୁ ଦୃଷ୍ଟିରେ ରଖି ଲୁହାପଥର ବୋଝେଇ ଟ୍ରକ ପରିଚାଳନା ବନ୍ଦ କରାଯିବା,BPL, APL ମଧ୍ୟରେ ପାତର ଅନ୍ତର ନ ରଖି ସମସ୍ତଙ୍କୁ ଚାଉଳ ପ୍ରଦାନ କରାଯିବା, ବିଦ୍ୟୁତ ଦୁର୍ନୀତି ବନ୍ଦ କରି ସମସ୍ତଙ୍କୁ ବିଜୁଳି ପ୍ରଦାନ କରାଯିବା ଦାବି ନେଇ ତିରିଂ ବ୍ଲକ ବିଡ଼ିଓଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।
ତେବେ ଏହି ବିକ୍ଷୋଭ ପ୍ରଦର୍ଶନରେ ତିରିଂ ଜୋନ୍ ସଂପାଦକ କମ୍ବ୍ରେଡ ତ୍ରିନାଥ ପାତ୍ରଙ୍କ ନେତୃତ୍ବରେ ଭୋଳାଗାଡିଆ ଶାଖା ସଂପାଦକ, ଇଚାଃ ଘୁଟୁ ଶାଖା ସଂପାଦକ ଓ ପାନ୍ଧଡା ଶାଖା ସଂପାଦକ ସମେତ ବହୁ କମ୍ବ୍ରେଡ୍ ସଦସ୍ୟ ଯୋଗଦାନ କରିଥିଲେ ।
ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ