ଓଡିଶା

odisha

ETV Bharat / state

ମନରେଗାରେ ଦୁର୍ନୀତିର ଗନ୍ଧ, ଚେକ ଡ୍ୟାମ ନିର୍ମାଣ ପୂର୍ବରୁ କଟିଲା ବିଲ୍ - ମୟୂରଭଞ୍ଜରେ ମନରେଗା ଯୋଜନାରେ ଘୋଟାଲା

ବରକନ୍ଦ ଗ୍ରାମପଞ୍ଚାୟତର ଝିଙ୍କିରିଆ ପୋଲଠାରେ ଚେକ ଡ୍ୟାମ ନିର୍ମାଣ ପାଇଁ ବୋର୍ଡ ଲାଗିଛି ହେଲେ ବୋର୍ଡରେ ନା ଅଛି କାର୍ଯ୍ୟ ଆରମ୍ଭ ତାରିଖ ନା କାର୍ଯ୍ୟ ଶେଷ ତାରିଖ । ସେପଟେ ଆରଟିଆଇ ତଥ୍ୟ ଅନୁଯାୟୀ ଏହି କାର୍ଯ୍ୟ ପାଇଁ 7 ଲକ୍ଷ ଟଙ୍କାର ବ୍ୟୟ ଅଟକଳ ରହିଥିବା ବେଳେ ଏହି କାର୍ଯ୍ୟ ଶେଷ ହୋଇ ସାରିଛି । ଅଧିକ ପଢନ୍ତୁ...

ମନରେଗା ଯୋଜନାରେ ଦୁର୍ନୀତିର ଗନ୍ଧ, ଚେକ ଡ୍ୟାମ ନିର୍ମାଣ ପୂର୍ବରୁ କଟିଲା ବିଲ୍‌
ମନରେଗା ଯୋଜନାରେ ଦୁର୍ନୀତିର ଗନ୍ଧ, ଚେକ ଡ୍ୟାମ ନିର୍ମାଣ ପୂର୍ବରୁ କଟିଲା ବିଲ୍‌

By

Published : Oct 8, 2020, 8:46 PM IST

ବାରିପଦା:ଦେଶର ବିଭିନ୍ନ ଗ୍ରାମାଞ୍ଚଳର ବିକାଶ ପାଇଁ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା(ମନରେଗା)ରେ ପଞ୍ଚାୟତସ୍ତରକୁ ଆସୁଛି କାମ । ହେଲେ ମୟୂରଭଞ୍ଜ ଜିଲ୍ଲା ମୋରଡା ବ୍ଲକ ବରକନ୍ଦ ଗ୍ରାମପଞ୍ଚାୟତରେ ଏହି ଯୋଜନାରେ ବାରିହେଉଛି ଦୁର୍ନିତିର ଗନ୍ଧ । ଆଦିବାସୀ ବହୁଳ ଏହି ଅଞ୍ଚଳରେ ଝିଙ୍କିରିଆ ପୋଲଠାରେ ଚେକ ଡ୍ୟାମ ନିର୍ମାଣ ପାଇଁ ହୋଇଥିଲା ଯୋଜନା । ଏନେଇ ବୋର୍ଡ ମଧ୍ୟ ଲଗାଗଲା । ହେଲେ କାମ ତ ଆରମ୍ଭ ହେଲା ନାହିଁ, ବରଂ ନିର୍ମାଣ ସମାପ୍ତି ନାଁରେ ବିଲ ଉଠି ସାରିଥିବାର ଆସିଛି ସଙ୍ଗୀନ ଅଭିଯୋଗ । ଏନେଇ ଗ୍ରାମବାସୀ ତାତିବା ସହ ଘଟଣାର ତଦନ୍ତ କରାଯାଇ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଛନ୍ତି ।

ମନରେଗା ଯୋଜନାରେ ଦୁର୍ନୀତିର ଗନ୍ଧ, ଚେକ ଡ୍ୟାମ ନିର୍ମାଣ ପୂର୍ବରୁ କଟିଲା ବିଲ୍‌

ବରକନ୍ଦ ଗ୍ରାମପଞ୍ଚାୟତର ଝିଙ୍କିରିଆ ପୋଲଠାରେ ଚେକ ଡ୍ୟାମ ନିର୍ମାଣ ପାଇଁ ବୋର୍ଡ ଲାଗିଛି ହେଲେ ବୋର୍ଡରେ ନା ଅଛି କାର୍ଯ୍ୟ ଆରମ୍ଭ ତାରିଖ ନା କାର୍ଯ୍ୟ ଶେଷ ତାରିଖ । ସେପଟେ ଆରଟିଆଇ ତଥ୍ୟ ଅନୁଯାୟୀ ଏହି କାର୍ଯ୍ୟ ପାଇଁ 7 ଲକ୍ଷ ଟଙ୍କାର ବ୍ୟୟ ଅଟକଳ ରହିଥିବା ବେଳେ ଏହି କାର୍ଯ୍ୟ ଶେଷ ହୋଇ ସାରିଛି । ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ କନିଷ୍ଠ ଯନ୍ତ୍ରୀ ସମ୍ପୃକ୍ତ କାର୍ଯ୍ୟର ବିଲ ମଧ୍ୟ ଉଠାଇ ନେଇଛନ୍ତି । ତେବେ ଖାଲି ଏହି କାମ ନୁହେଁ ଏଭଳି ଏହି ପଞ୍ଚାୟତରେ ଅନେକ କାମ ନ ହୋଇ ବି ବିଲ ଉଠିଛି ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

ବରକନ୍ଦ ଗ୍ରାମପଞ୍ଚାୟତରେ ଚେକ ଡ୍ୟାମ, ଗ୍ରାମ୍ୟ ରାସ୍ତା ସହ ଏମିତି ଏହି ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଅନେକ କାମ କେବଳ କାଗଜପତ୍ରରେ ହିଁ ହୋଇଛି ବୋଲି ଜଣାପଡିଛି। ତେବେ ଗ୍ରାମପଞ୍ଚାୟତର କନିଷ୍ଠ ଯନ୍ତ୍ରୀ, କାର୍ଯ୍ୟନିର୍ବାହୀ ଅଧିକାରୀ ଓ ସରପଞ୍ଚ ଏହି ଦୁର୍ନୀତିରେ ସାମିଲ ଅଛନ୍ତି ବୋଲି ଗ୍ରାମବାସୀମାନେ ଅଭିଯୋଗ କରି ସରପଞ୍ଚ ଓ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଝିଙ୍କିରିଆ ହାଇସ୍କୁଲରେ ଅନୁଷ୍ଠିତ ଏକ ପଲ୍ଲିସଭାରେ ଅଟକ ରଖିଥିଲେ। ଏନେଇ ବିଡିଓଙ୍କୁ ପଚରାଯିବାରୁ ସେ କ୍ୟାମେରା ଆଗରେ କୌଣସି ପ୍ରତିକ୍ରିୟା ଦେବାକୁ ରୋକଠୋକ ମନା କରିଦେଇଥିଲେ ।

ତେବେ କିଛି ଦିନ ପୂର୍ବରୁ ମହାତ୍ମାଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଘୋଟାଲାରେ ଜଶିପୁର ବ୍ଲକର ସରକାରୀ ଅଧିକାରୀଙ୍କ ସହ ଜନ ପ୍ରତିନିଧିଙ୍କୁ ଜେଲ ଯିବାକୁ ପଡିଥିଲା । ବରକନ୍ଦ ଗ୍ରାମପଞ୍ଚାୟତରେ ହୋଇଥିବା ଦୁର୍ନୀତିର ତଦନ୍ତ ପରେ ସଂପୃକ୍ତ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି ପଞ୍ଚାୟତବାସୀ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details