ଓଡିଶା

odisha

ETV Bharat / state

କୋରୋନା ଭୟ : ୨ ଡାକ୍ତରଙ୍କ ସମେତ ୧୧ ସ୍ୱାସ୍ଥ୍ୟକର୍ମୀଙ୍କ ସ୍ବାବ ସଂଗ୍ରହ - including two doctors from the Baripada main hospital

ମୟୂରଭଞ୍ଜ ଜିଲ୍ଲା ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲକୁ ଘାରିଛି କୋରୋନା ଭୟ । ମୟୂରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ମହିଳା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଛନ୍ତି ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜର ଦୁଇ ଡାକ୍ତରଙ୍କ ସହ ୧୧ ସ୍ୱାସ୍ଥ୍ୟକର୍ମୀ । ଅଧିକ ପଢନ୍ତୁ...

Corona Fear: Swab collection of 11 health workers, including two doctors from the Baripada main hospital
କୋରୋନା ଭୟ : ୨ ଡାକ୍ତରଙ୍କ ସମେତ ୧୧ ସ୍ୱାସ୍ଥ୍ୟକର୍ମୀଙ୍କ ସ୍ବାବ ସଂଗ୍ରହ

By

Published : Jun 9, 2020, 5:23 PM IST

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲକୁ ଘାରିଛି କୋରୋନା ଭୟ ।

ମୟୂରଭଞ୍ଜ ଜିଲ୍ଲା ବହଳଦା ବ୍ଲକରୁ ଗତ ୬ ତାରିଖ ଦିନ ଚିହ୍ନଟ ହୋଇଥିବା ମହିଳା ଜଣଙ୍କ ଗତ ୨ ତାରିଖରେ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲକୁ ଯକ୍ଷ୍ମା ବିଭାଗ ଚିକିତ୍ସା ପାଇଁ ଆସିଥିଲେ । ପରେ ମହିଳା ଜଣଙ୍କ କୋରୋନା ପଜିଟିଭ ଚିହ୍ନଟ ହୋଇଥିଲା ।

କୋରୋନା ଭୟ : ୨ ଡାକ୍ତରଙ୍କ ସମେତ ୧୧ ସ୍ୱାସ୍ଥ୍ୟକର୍ମୀଙ୍କ ସ୍ବାବ ସଂଗ୍ରହ

ଜିଲ୍ଲା ପ୍ରଶାସନ ପକ୍ଷରୁ କଣ୍ଟାକ ଟ୍ରେସିଙ୍ଗ ପ୍ରକ୍ରିୟାରେ ଜଣାପଡିଛି ଯେ, ମହିଳା ଜଣଙ୍କ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ କଲେଜ ଆଣ୍ଡ ହସ୍ପିଟାଲର ଯକ୍ଷ୍ମା ବିଭାଗର ଦୁଇ ଡାକ୍ତରଙ୍କ ସହ ଦୁଇ ଜଣ ଷ୍ଟାଫ ନର୍ସଙ୍କ ସମେତ ୧୧ ଜଣ ସ୍ୱାସ୍ଥ୍ୟ କର୍ମୀଙ୍କ ସଂସ୍ପର୍ଶରେ ଆସିଛନ୍ତି ।

ଏନେଇ ସମସ୍ତଙ୍କ ସ୍ବାବ ଟେଷ୍ଟ ପାଇଁ ପଠାଯାଇଥିବା ବେଳେ ହୋମ କ୍ୟାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।


ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details