ଓଡିଶା

odisha

ଆନ୍ତର୍ଜାତୀୟ ମହିଳା ଦିବସକୁ କଳା ଦିବସ ଭାବେ ପାଳିଲା କଂଗ୍ରେସ

By

Published : Mar 8, 2021, 3:59 PM IST

ମାର୍ଚ୍ଚ ୮ ଅନ୍ତର୍ଜାତୀୟ ମହିଳା ଦିବସକୁ କଳା ଦିବସ ଭାବେ ପାଳିଲା ମୟୂରଭଞ୍ଜ ଜିଲ୍ଲା ମହିଳା କଂଗ୍ରେସ । ଅଧିକ ପଢନ୍ତୁ...

ଆନ୍ତର୍ଜାତୀୟ ମହିଳା ଦିବସକୁ କଲା ଦିବସ ଭାବେ ପାଳିଲା କଂଗ୍ରସ
ଆନ୍ତର୍ଜାତୀୟ ମହିଳା ଦିବସକୁ କଲା ଦିବସ ଭାବେ ପାଳିଲା କଂଗ୍ରସ

ବାରିପଦା: ମାର୍ଚ୍ଚ ୮ ଅନ୍ତର୍ଜାତୀୟ ମହିଳା ଦିବସକୁ କଳା ଦିବସ ଭାବେ ପାଳିଲା ମୟୂରଭଞ୍ଜ ଜିଲ୍ଲା ମହିଳା କଂଗ୍ରେସ । ରାଜ୍ୟରେ ମହିଳାମାନେ ଅସୁରକ୍ଷିତ, ସେମାନଙ୍କୁ ବିଚ ରାସ୍ତାରେ ହତ୍ୟା, ଦୁଷ୍କର୍ମ, ଲୁଣ୍ଠନ କରାଯାଉଥିବା ଅଭିଯୋଗ କରିଛି କଂଗ୍ରେସ। ରାଜ୍ୟରେ ରାତିରେ ଘରୁ ପଦାକୁ ଗୋଡ କାଢିବା ଦୂରର କଥା ଦିନରେ ନିଜକୁ ନିରାପଦ ମଣୁ ନାହାନ୍ତି ମହିଳା ମାନେ। ଆଜି ଗୃହିଣୀମାନେ ତ୍ରାହି ତ୍ରାହି ଡାକ ଦେଲେଣି ବୋଲି ଅଭିଯୋଗ କରିଛି କଂଗ୍ରସ । ଏହାକୁ ବିରୋଧ କରି ମହିଳା ଦିବସ ପରିବର୍ତ୍ତେ କଳା ଦିବସ ପାଳନ କରିଛି ମୟୂରଭଞ୍ଜ ଜିଲ୍ଲା ମହିଳା କଂଗ୍ରେସ । ଏହା ପ୍ରତିବାଦରେ ରାସ୍ତା ଉପରେ ଧାରଣା ଦେଇଥିଲେ ମହିଳା କଂଗ୍ରେସ କର୍ମୀମାନେ ।

ଆନ୍ତର୍ଜାତୀୟ ମହିଳା ଦିବସକୁ କଲା ଦିବସ ଭାବେ ପାଳିଲା କଂଗ୍ରସ

ଅନ୍ୟପଟେ ରାଜ୍ୟରେ ରନ୍ଧନ ଗ୍ୟାସ ମୂଲ୍ୟ ୮୬୧ ଟଙ୍କା ପାର, ସୋରିଷ ତେଲ ୧୮୦ ଟଙ୍କା , ପିଆଜ ୫୦ ଟଙ୍କା ଏହିପରି ସମସ୍ତ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ମୂଲ୍ୟ ନିୟନ୍ତ୍ରଣ ବାହାରକୁ ଚାଲି ଯାଇଛି ଓ ସରକାର ମୁଲ୍ୟବୃଦ୍ଧି ନିୟନ୍ତ୍ରଣ କରିବାରେ ବିଫଳ ହୋଇଛି । ଏଣୁ ରନ୍ଧନ ଗ୍ୟାସ, ଖାଇବା ତେଲ, ନିତ୍ୟବ୍ୟବହାର୍ଯ୍ୟ ପଦାର୍ଥର ଅହେତୁକ ବୃଦ୍ଧି, ନାରୀ ନିର୍ଯ୍ୟାତନା, ଦୁଷ୍କର୍ମ, ହତ୍ୟା ଓ ଅପହରଣ ବିରୋଧରେ କଲା ଦିବସ ପାଳନ କରାଯାଇଥିବା କହିଛି କଂଗ୍ରେସ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details