ଓଡିଶା

odisha

ETV Bharat / state

ଡାକ୍ତରଙ୍କ ଅବହେଳା: ଏଚଆଇଭି ପୀଡିତାଙ୍କ ଗର୍ଭସ୍ଥ ଶିଶୁ ମୃତ୍ୟୁ ଅଭିଯୋଗ - ଡାକ୍ତରଙ୍କ ଅବହେଳାରୁ ଏଚଆଇଭି ପୀଡିତାଙ୍କ ଗର୍ଭସ୍ଥ ଶିଶୁମୃତ୍ୟୁ ଅଭିଯୋଗ

ଡାକ୍ତରଙ୍କର ଅବହେଳା କାରଣରୁ ଏଚଆଇଭି ସଂକ୍ରମିତ ଆସନ୍ନା ପ୍ରସବାଙ୍କ ଗର୍ଭସ୍ଥ ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ । ଅଧିକ ପଢନ୍ତୁ.....

mayurbhanj
ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

By

Published : Dec 14, 2019, 2:58 PM IST

ବାରିପଦା: ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ଅଭାବନୀୟ ଘଟଣା । ଡାକ୍ତରଙ୍କର ଅବହେଳା କାରଣରୁ ଏଚଆଇଭି ସଂକ୍ରମିତ ଆସନ୍ନା ପ୍ରସବାଙ୍କ ଗର୍ଭସ୍ଥ ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ


ସୂଚନାଯୋଗ୍ୟ, ଡିସେମ୍ବର ୧୨ ତାରିଖ ରାତି ୮ଟା ସମୟରେ ଜାମଦା ଅଞ୍ଚଳର ଜଣେ ଏଚଆଇଭି ସଂକ୍ରମିତ ମହିଳାଙ୍କୁ ପ୍ରସବ ପାଇଁ ରାଇରଙ୍ଗପୁର ଉପଖଣ୍ଡ ସ୍ତରୀୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ସେହିଦିନ ବିଳମ୍ବିତ ରାତ୍ରିରେ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ରାତି ଯାକ ଗର୍ଭଯନ୍ତ୍ରଣା ରହିବା ପରେ ତାଙ୍କୁ ସଠିକ ଚିକିତ୍ସା କରାଯାଇନଥିବା ଅଭିଯୋଗ ହୋଇଛି । ପରଦିନ ସକାଳୁ ଡାକ୍ତର ମହିଳାଙ୍କ ଗର୍ଭସ୍ଥ ଶିଶୁକୁ ମୃତବୋଲି ଘୋଷଣା କରିଥିଲେ । ହେଲେ ଗର୍ଭରେ ଥିବା ମଲା ପିଲାଟିକୁ କାଢିବା ପାଇଁ କୌଣସି ପଦକ୍ଷେପ ନିଆଯାଇ ନଥିଲା । ଆଜି ସକାଳୁ ଗଣମାଧ୍ୟମ ପ୍ରତିନିଧି ଡାକ୍ତରଖାନାରେ ପହଞ୍ଚିବା ପରେ ମହିଳାଙ୍କୁ ଅପରେସନ କରି ପିଲାଟିକୁ କଢାଯିବାର ବ୍ୟବସ୍ଥା କରାଯାଇଛି ।

ଏଚ୍ଆଇଭି ସଂକ୍ରମିତ ହେତୁ ମହିଳାଙ୍କ ସେବାରେ ଡାକ୍ତରଖାନା ପକ୍ଷରୁ ବିଳମ୍ବ କରାଯାଇଥିବା କିଛି ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ କୁହାଯାଇଛି । ଉତ୍ତମ ସ୍ବାସ୍ଥ୍ୟ ସେବା ପାଇବା ବଦଳରେ ମେଡିକାଲ କଲେଜ ଓ ହସ୍ପିଟାଲରେ ଡାକ୍ତରଙ୍କର ଅବହେଳାକୁ ନେଇ ସରକାରଙ୍କ ୫ଟି ଯୋଜନା ପ୍ରହସନ ପାଲଟିଥିବା ସାଧାରଣ ଆଲୋଚନା ହେଉଛି । ତେବେ ଏ ସମ୍ପର୍କରେ ମେଡିକାଲ କଲେଜ ଓ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି ଓ ଝାରସୁଗୁଡାରୁ ରବିନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details