ରାଇରଙ୍ଗପୁର:ଶେଷ ହୋଇଛି ବିଶ୍ବ ପ୍ରସିଦ୍ଧ ଛଉନୃତ୍ୟ ମହୋତ୍ସବ। ମୟୂରଭଞ୍ଜ ଜିଲ୍ଲା ବାରିପଦା ସହରର ଛଉପଡ଼ିଆରେ ଗୁରୁବାର ଉଦଯାପନି ସନ୍ଧ୍ୟା ଶେଷ ହୋଇଛି। ଶେଷ ଦିନରେ ବୀର ବାଦ୍ୟର ତାଳେତାଳେ ଦୁଲୁକିଲା ମଞ୍ଚ। ଛଉ ନୃତ୍ୟକୁ ମନଭରି ଉପଭୋଗ କରିଥିଲେ ଦର୍ଶକ । ଜିଲ୍ଲାପାଳ ବିନୀତ ଭରଦ୍ବାଜଙ୍କ ଅଧ୍ୟକ୍ଷତାରେ ମହୋତ୍ସବ ଅନୁଷ୍ଠିତ ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରମନ୍ତ୍ରୀ ଇଂ ବିଶେଶ୍ୱର ଟୁଡୁ ଯୋଗ ଦେଇଥିଲେ। ଗତ ମଙ୍ଗଳବାରଠାରୁ ତିନି ଦିନ ଧରି ଚାଲିଥିବା ଛଉ ମହୋତ୍ସବକୁ ଭରପୁର ଉପଭୋଗ କରିଥିଲେ ହଜାରହଜାର ଦର୍ଶକ। ମହୋତ୍ସବର ପ୍ରଥମ ଓ ଦ୍ବିତୀୟ ଦିନରେ ଶହ ଶହ ଦର୍ଶକଙ୍କ ସମାଗମ ହୋଇଥିଲା। ଦ୍ବିତୀୟ ଦିନରେ ଉତ୍ତର ଓ ଦକ୍ଷିଣ ସାହି ଛଉ ନୃତ୍ୟ ଦଳ ୧୩ ଟି ନୃତ୍ୟ ପ୍ରଦର୍ଶନ କରିଥିଲେ।
ଗୁରୁବାର ଶେଷ ସନ୍ଧ୍ୟାରେ ଦର୍ଶକଙ୍କ ଭିଡ଼ ଜମିଥିବା ବେକେ ବିଭିନ୍ନ ଛଉ ନୃତ୍ୟ ପ୍ରତିଷ୍ଠାନ ପକ୍ଷରୁ ଚିତ୍ତାକର୍ଷକ ନୃତ୍ୟ ମଞ୍ଚସ୍ଥ ହୋଇଥିଲା। ରାତି ତମାମ ମୟୁରଭଞ୍ଜ ଛଉର ପାରମ୍ପାରିକ ପ୍ରତିଦ୍ୱନ୍ଦୀ ଉତ୍ତର ସାହି ଓ ଦକ୍ଷିଣସାହିର କଳାକାରମାନେ ସେମାନଙ୍କ ନୃତ୍ୟ ନୈପୂଣ୍ଯ ପରିବେଷଣ କରିଥିଲେ। ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ବହୁ ଲୋକଙ୍କ ସମାଗମ ହୋଇଥିଲା । ଚଳିତବର୍ଷର ଚୈତ୍ର ପର୍ବ ସମ୍ପନ୍ନ ହୋଇଥିବା ବେଳେ ମୟୂରଭଞ୍ଜ ଛଉର ପରିଚୟ ଓ ପ୍ରସିଦ୍ଧି କେବେ ଫିକା ପଡିନାହିଁ କି ପଡିବନାହିଁ ବୋଲି ଅତିଥିମାନେ ମତପ୍ରକାଶ କରିଥିଲେ।
ଏହା ମଧ୍ୟ ପଢନ୍ତୁ-Pana Sankranti 2023: ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ଭିଡ, ଆଜିଠୁ ନୂଆ ପାଞ୍ଜି