ବାରିପଦା: ଦ୍ବିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ବାରିପଦାର ହରିବଳଦେବଜୀଉରେ ରଥଟଣା ହୋଇଛି । ପ୍ରଥମେ ବଡଭାଇ ବଳଦେବଙ୍କ ରଥ ଟଣା ହେବା ପରେ ଆରମ୍ଭ ହୋଇଥିଲା ଦେବୀ ସୁଭଦ୍ରାଙ୍କ ରଥଟଣା । ହଜାର ହଜାର ମହିଳା ଦେବୀ ସୁଭଦ୍ରାଙ୍କ ରଥ ଟାଣି ନେଇଥିଲେ । ଟାଉନ ଥାନା ନିକଟରେ ପହଞ୍ଚିଥିଲା ସୁଭଦ୍ରାଙ୍କ ରଥ । ଆସନ୍ତାକାଲି କାଳିଆ ସାଆନ୍ତଙ୍କ ରଥଟଣା ହେବ । ପରମ୍ପରା ଅନୁସାରେ ରଥଯାତ୍ରାର ଦିନକ ପରେ ଏଠାରେ ରଥଯାତ୍ରା ହେଉଥିବାରୁ ଲୋକାରଣ୍ୟ ହୋଇଉଠିଛି ସମଗ୍ର ପରିବେଶ । ହରିବୋଲ ହୁଳହୁଳିରେ ପ୍ରକମ୍ପିତ ହୋଇଉଠିଛି ସାରା ପରିବେଶ । ଭକ୍ତ-ଭଗବାନଙ୍କ ଅପୂର୍ବ ମିଳନର ଦୃଶ୍ୟ ଭାବମୟ ପରିବେଶ ସୃଷ୍ଟି କରିଥିଲା ।
ଆଜି ରଥଯାତ୍ରା ପାଳିଲା ବାରିପଦା, ମହିଳା ଟାଣିଲେ ସୁଭଦ୍ରାଙ୍କ ରଥ - ସୁଭଦ୍ରାଙ୍କ ରଥ
ଦ୍ବିତୀୟ ଶ୍ରୀକ୍ଷେତ୍ରରେ ହୋଇଛି ରଥଟଣା । ଗତକାଲି ଚତୁର୍ଦ୍ଧାମୂର୍ତ୍ତୀଙ୍କୁ ରଥାରୂଢ କରାଯିବା ପରେ ଆଜି ହୋଇଥିଲା ରଥଟଣା । ହଜାର ହଜାର ଭକ୍ତ ଭଗବାନ ବଳଦେବଙ୍କ ରଥକୁ ମାଉସୀମା ଘରକୁ ଟାଣି ନେଇଥିଲେ । ସୁଭଦ୍ରାଙ୍କ ରଥ କେବଳ ମହିଳା ଟାଣିଥିଲେ ।
ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ
ଏପଟେ ଦ୍ବିତୀୟ ଶ୍ରୀକ୍ଷେତ୍ରକୁ ଆଜି ସିନେ ତାରକାଙ୍କ ଠାରୁ ଆରମ୍ଭ ନେତା ମନ୍ତ୍ରୀଙ୍କ ସୁଅ ଛୁଟିଥିଲା । କାଳିଆର ସାନିଧ୍ୟ ଲାଭ କରିବାକୁ କାହିଁ କେତେ ଦୂରରୁ ଛୁଟି ଆସିଥିଲା ଶ୍ରଦ୍ଧାଳୁଙ୍କ ସୁଅ । ସମସ୍ତଙ୍କ ମନରେ ଗୋଟିଏ ଆଶା ଜଗାକୁ ଦେଖିବେ ରଥ ଟାଣିବେ । ଆଜି ସିନେ ତାରକା ସ୍ବରାଜ ବାରିକ ଓ ମନ୍ତ୍ରୀ ସୁଦାମ ମାର୍ଣ୍ଡି ରଥ ଟାଣିଥିଲେ । ଅନ୍ୟପଟେ ଭିଡକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ